ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ଼ ଚାଇଲଡଲାଇନ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ଦଶପଲ୍ଲା ପୋଲିସ ମିଳିତ ଭାବରେ ଦଶପଲ୍ଲା ଅଂଚଳରୁ ଏକ ବାଲ୍ୟ ବିବାହ ରୋକା ଯାଇଛି । ଝିଅର ବୟସ ୧୬ ହୋଇଥିବା ବେଳେ ଝିଅଟି ଦଶମ ପରୀକ୍ଷା ଦେଇଥିଲା । ଝିଅର ଘର ବୋଲଗଡ଼ ଅଞ୍ଚଳର ହୋଇଥିବା ବେଳେ ପୁଅର ବୟସ ୨୫ ବର୍ଷ । ସେ ସେଲୁନ ଦୋକାନ ରେ କାମ କରେ, ପୁଅ ର ନାମ – ସୌମ୍ୟ ରଞ୍ଜନ ବାରିକ, ପିତା – ପ୍ରଶନ ବାରିକ, ଗ୍ରାମ- ନୂଆପଡା, କୋଷକା ଖଣ୍ଡପଡା ଥାନା । ପୁଅ ଝିଅ ଟିକୁ ଆଣି ପୁଅର ମାମୁ ଘରେ ବିବାହ କରୁଥିବା ସମୟରେ ଟିମ ପହଁଚି ପୁଅ ର ମାମୁଁ ଘରୁ ଉଦ୍ଧାର କରା ଯାଇଥିଲା। ଏହି ଟିମ ରେ ଚାଇଲଡ ଲାଇନ ର ଚନ୍ଦ୍ରଶେଖର ବେହେରା ସ୍ଵର୍ଣଲତା ଜେନା, ସମନ୍ୟତ ଶିଶୁ ବିକାଶ ଯୋଜନା ର ପଦ୍ମାଳୟା ଶତପଥୀ, ଓ ରୀନା ସରିତା ଲରେନ୍ସ ଓ ଦଶପଲ୍ଲା ଥାନା ର କର୍ମ ଚାରି ମିଳିତ ଭେବେ କନ୍ୟା ଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।





