ଭୁବନେଶ୍ୱର,(ବାଘୁଆବା ର୍ା): ଦୀର୍ଘ ୯ମାସ ଧରି ମହାମାରୀ କୋଭିଡ୍-୧୯ ସମୟରେ ଶିଶୁମାନେ ଘରେ ଥିବା ବେଳେ, ସେମାନଙ୍କ ମାନସିକ ଅସ୍ଥିରତା ଦୂର କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ନୂତନ ତରିକା ଆପଣେଇଛନ୍ତି । ଶିଶୁଙ୍କ ମାନସିକ ଅସ୍ଥିରତା ଦୂର କରିବା ପାଇଁ ରାଜ୍ୟରେ ହେବ ଶିଶୁ ଜନସଂପର୍କ କାର୍ଯ୍ୟକ୍ରମ । ପ୍ରଥମେ ଏହା ପୁରୀ ଜିଲ୍ଲାରୁ ଜାନୁୟାରୀ ୨୦ତାରିଖରୁ ଆରମ୍ଭ ହେବ । ପରେ ଭୁବନେଶ୍ୱରର ସବୁ ବସ୍ତି ଅ ଳରେ ଏବଂ ତା’ପରେ ଅନ୍ୟ ଜିଲ୍ଲା ଗୁଡିକରେ ଶିଶୁ ସୁରକ୍ଷା ଜନସଂପର୍କ ଅଭିଯାନ କରାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ।





