Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୁଆ ଚୋରି ଉଦ୍ୟମ, ୨ ମହିଳା ଅଟକ

by ସଞ୍ଜୟ ସ୍ୱାଇଁ
May 28, 2025
in State
ଛୁଆ ଚୋରି ଉଦ୍ୟମ, ୨ ମହିଳା ଅଟକ
49
VIEWS
Share on FacebookShare on Twitter

ବାଲେଶ୍ଵର, (ବାଘୁଆବାର୍ତ୍ତା): ଛୁଆ ଚୋରି କରୁଥିବା ବେଳେ ହଟହଟା ହେଲେ ଦୁଇ ମହିଳା । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତିରେ ମା’ ପାଖରୁ ନବଜାତ ଶିଶୁକୁ ଚୋରି ଉଦ୍ୟମବେଳେ ଧରାପଡିଲେ ୨ ମହିଳା । ରାତି ପାଖାପାଖି ସାଢ଼େ ୨ଟା ସମୟରେ ଜଣେ ନବ ଜାତ ଶିଶୁକୁ ମା’ କୋଳରୁ ଉଠେଇ ନେଉଥିବାବେଳେ ୨ ମହିଳାଙ୍କୁ କାବୁ କରିଥିଲେ ପରିବାର ଲୋକ । ଚୋରି ଉଦ୍ୟମ କରୁଥିବା ଦୁଇ ମହିଳାଙ୍କୁ ସଙ୍ଗେ ସଙ୍ଗେ ପୁଲିସରେ ଜିମା ଦେଇଥିଲେ । ମହିଳାଙ୍କୁ ଅଟକ ରଖିଛି ଟାଉନ୍ ଥାନା ପୁଲିସ । ବାଲେଶ୍ଵର ଭୋଗରାଇ ଆରୁହାବତି ଅଞ୍ଚଳର ସତ୍ୟବ୍ରତ ଦାସଙ୍କର ୭ ଦିନ ତଳେ ଗୋଟିଏ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତେବେ ଚିକିତ୍ସା ପାଇଁ ହସ୍ପିଟାଲ ୱାର୍ଡରେ ଥିବା ବେଳେ ୱାର୍ଡ ଭିତରୁ ପିଲାକୁ ଦୁଇ ମହିଳା ଉଠାଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସତ୍ୟବ୍ରତଙ୍କ ସ୍ତ୍ରୀ ସଙ୍ଗେ ସଙ୍ଗେ ଉଠି ମହିଳାଙ୍କୁ ଘଉଡ଼ାଇବାରୁ ମହିଳା ଦୁଇ ଜଣ ଦଉଡ଼ି ପଳାଇ ଯାଇଥିଲେ । ଦଉଡ଼ିବା ସମୟରେ ଜଣେ ମହିଳା ପଡ଼ି ଯିବାରୁ ଧରି ନେଇଥିଲେ ଉପସ୍ଥିତ ଲୋକ । ପରେ ଆଉ ଜଣେ ମହିଳାଙ୍କୁ ମଧ୍ୟ କାବୁ କରିଥିଲେ । ଗତ ବର୍ଷ ମଧ୍ୟ ଦୁଇ ଦୁଇ ଥର ହସ୍ପିଟାଲ ପରିସରରୁ ପିଲା ଚୋରି ହୋଇଥିଲା । ତେବେ ଶିଶୁ ଚୋରି ପଛରେ କୋଉ ବଡ଼ ବଡ଼ିଆଙ୍କ ହାତ ରହିଚି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ସମୟରେ ବାଲେଶ୍ଵର ମୁଖ୍ୟ ଡ଼ାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦ୍ବନ୍ଦ୍ୱରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!