Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିକେନ୍ ପକୋଡାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ

by ସଞ୍ଜୟ ସ୍ୱାଇଁ
May 25, 2025
in Crime, State
ଚିକେନ୍ ପକୋଡାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ
84
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଯୁବକଙ୍କୁ ବାପ-ପୁଅ ମିଶି ହାଣି ହତ୍ୟା କରିବା ଘଟଣାରେ ହତ୍ୟାକରୀ ବାପ-ପୁଅକୁ ଗିରଫ କଲେ ଟାଙ୍ଗୀ ପୋଲିସ ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡାଘାଟ-ଜରିପଡା ଗ୍ରାମର ଡିଗିରିସାହି ଛକରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ମର୍ଡର କରିଥିଲେ ବାପ-ପୁଅ । ହତ୍ୟାକାଣ୍ଡ ପରେ ହତ୍ୟାକରୀ ବାପ ଗୋପି ବେହେରା ଓ ତାଙ୍କର ପୁଅ ରଘୁ ବେହେରା ଦୁହେଁ ଏକ ବାଇକ ଯୋଗେ ଫେରାର ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ ରେ ଅରବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଓ ହତ୍ୟାକରୀ ବାପ-ପୁଅ ଦୁହେଁ ଫେରାର ହୋଇଯାଇଥିଲେ । ଚିକେନ୍ ପକୋଡାକୁ କେନ୍ଦ୍ରକରି ପ୍ରଥମେ ବଚସା, ତା’ପରେ ବାପ-ପୁଅ ଦୁହେଁ ଉତକ୍ଷିତ ହୋଇ ଏକ ମାରଣାସ୍ତ୍ରରେ ଅରବିନ୍ଦକୁ ହାଣି ହାଣି ହତ୍ୟା କରିଥିଲେ । ହତ୍ୟାକାରୀ ଓ ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ସମସ୍ତେ କାଳୁପଡାଘାଟ-ଜରିପଡା ଗ୍ରାମର ଡିଗିରିସାହିର ବୋଲି ଜଣାପଡିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଟାଙ୍ଗୀ ପୋଲିସ ଜବତ କରିଥିବା ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପରେ ହତ୍ୟାକାରୀ ବାପ-ପୁଅ ଦୁହେଁ ଫେରାର ହୋଇଯାଇଥିଲେ ମାତ୍ର ସେମାନଙ୍କ ମୋବାଇଲ ଫୋନ୍କୁ ଟ୍ରାକ୍ କରି ବାପ-ପୁଅ ଦୁହିଁଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ ଏରିଆରୁ ଧରପଗଡ଼ କରାଯାଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପରେ ହତ୍ୟାକରୀଙ୍କୁ ଧରପଗଡ଼ କରିବା ପାଇଁ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ୩ଟି ସ୍ପେଶାଲ ଟିମ୍ ଗଠନ ହୋଇଥିଲା ଓ ହତ୍ୟାକାରୀ ଦୁହେଁ ଧରାପଡିଛନ୍ତି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!