Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମାଜସେବୀଙ୍କ ଚୈାକି ଲୋଭରୁ ଛେନାପୋଡ଼ ବିବାଦ

by ସଞ୍ଜୟ ସ୍ୱାଇଁ
January 2, 2025
in Nayagarh, State
ସମାଜସେବୀଙ୍କ ଚୈାକି ଲୋଭରୁ ଛେନାପୋଡ଼ ବିବାଦ
757
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ବିଗତ କିଛି ବର୍ଷ ହେବ ଚୈାକି ଲୋଭରୁ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ସଂଘ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ସାମାଜିକ କ୍ଷେତ୍ରରେ ବିଭ୍ରାଟ ଦେଖାଯାଇଛି । ସେଥି ନିମନ୍ତେ ବିଭିନ୍ନ ଅନୁଷ୍ଠାନ ବନ୍ଦ ହୋଇଯାଇଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ପାଇଁ ନୟାଗଡ଼ ବଦନାମ ହେବାକୁ ଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଛେନାପୋଡରୁ ସୁରାକ ମିଳିଲାଣି । ନିଜକୁ ନିଜେ ସମାଜସେବୀ ବୋଲାଉଥିବା ବ୍ୟକ୍ତି ମାନେ ନୟାଗଡ଼କୁ ଧ୍ୱଂସ କରିବାକୁ ବସିଲେଣି । ଅପ୍ରେଲ ୧୧ ତାରିଖ ବିଶ୍ୱ ଛେନାପୋଡ଼ ଦିବସକୁ ପ୍ରତିହତ ତଥା ବିବାଦୀୟ କରିବା ପାଇଁ ଡିସେମ୍ବର ୩୧ ତାରିଖ ଛେନାପୋଡ଼ ଦିବସ ପାଳନ ପରିକଳ୍ପନା ମଞ୍ଚରୁ ଏହା ବେଶ ବାରି ହୋଇଛି । କେବଳ ଚୈାକି ଲୋଭ ପାଇଁ କିଛି କୁଚକ୍ରୀଙ୍କୁ ପ୍ରବତ୍ତାଇ ଏଭଳି ବିବାଦୀୟ କାଣ୍ଡ ଭିଆ ଯାଇଛି । ଏହା ଦ୍ୱାରା ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସନ୍ଦେହ ଉପୁଜିଛି । ଜିଲ୍ଲାବାସୀଙ୍କୁ ଭ୍ରମିତ କରି ନିଜର ଆସନକୁ ସଂରକ୍ଷିତ କରୁଥିବା ବିବାଦୀୟ ସମାଜସେବୀଙ୍କ ମିଛ ପ୍ରହେଳିକା ଏବେ ଆଲୋଚନାର ବିଷୟ ପାଲଟିଛି । ବାପ ଓ ପୁଅଙ୍କ ଦ୍ୱାରା ଛେନାପୋଡ଼ର ସୃଷ୍ଟି ଓ ପ୍ରସାରକୁ ନୟାଗଡ଼ ତଥା ରାଜ୍ୟବାସୀ ସ୍ୱୀକାର କରୁଥିବା ବେଳେ ଜିଲ୍ଲାରେ ଏଭଳି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବା ଚିନ୍ତାର ବିଷୟ ପାଲଟିଛି । ୨୦୨୨ ମସିହାରେ ପ୍ରଥମ କରି ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଥିଲା । ଅପ୍ରେଲ ୧୧ ତାରିଖ ସୁଦର୍ଶନଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଗଲା । ପରେ ଏହାକୁ ଜିଲ୍ଲା, ରାଜ୍ୟ ଓ ଦେଶକୁ ବ୍ୟାପିଥିଲା । ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରାଗଲା । ଏହାକୁ ସମସ୍ତେ ଗ୍ରହଣ କଲେ । ଏହି ଦିବସକୁ ପାଳନ କରିବା ସମ୍ବନ୍ଧରେ ବିଭିନ୍ନ ଆନ୍ତର୍ଜାତିୟ ଗଣ ମାଧ୍ୟମରେ ପ୍ରକାଶିତ ହେଲା ଓ ସେହି ଦିବସକୁ ଜିଲ୍ଲା ତଥା ଦେଶ ବିଦେଶରେ ବିଭିନ୍ନ ଯାଗାରେ ପାଳନ କରାଗଲା । ୩୧ ଡିସେମ୍ବର ୨୦୨୪ ମସିହାରେ ଦଶପଲ୍ଲାରେ ବିଶ୍ୱ ଛେନାପୋଡ ଦିବସ ପାଳନ କରାଗଲା । ଯଦି ବିଦ୍ୟାଧର ସାହୁ ଛେନାପୋଡର ସ୍ରଷ୍ଟା ଥିଲେ ତେବେ ଦୀର୍ଘ ୫୦ ବର୍ଷ ପରେ ଏହି ପ୍ରସଙ୍ଗକୁ ଉଠାଇବା କାରଣ କଣ ରହିଛି । ନୟାଗଡ଼ ଛେନାପୋଡକୁ ଜିଆଇ ଟ୍ୟାଗ ମାନ୍ୟତା ନମିଳୁ ବୋଲି  କିଛି କୁଚକ୍ରୀ ଲାଗି ପଡିଛନ୍ତି । ବିଦ୍ୟାଧର ସାହୁଙ୍କ କାର୍ଯ୍ୟକ୍ରମରେ ୨୦୦ ଟଙ୍କା ଲେଖାଏଁ ଆଦାୟ କରି ବିରିୟାନି ଖାଇବା ପାଇଁ ଯୋଜନା କଲେ । ସବୁ ଯୋଜନା ପଣ୍ଡ ହେଲା । ମାତ୍ର ୫୦ ରୁ ଉର୍ଦ୍ଧ୍ୱ ଲୋକ ଦେଖା ହେଲେ । ସୁଦର୍ଶନ ସାହୁଙ୍କ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ ବିଦ୍ୟାଧର ସାହୁଙ୍କ କାର୍ଯ୍ୟକ୍ରମରେ ଖୁବ କମ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଏଠି ଗୋଟିଏ ପ୍ରସଙ୍ଗ ଉଠିଛି ୨୦୨୨ ମସିହା କାର‌୍ୟ୍ୟକ୍ରମରେ ଅତିଥି ହୋଇ ସୁଦର୍ଶନ ସାହୁ ଛେନାପୋଡ଼ର ଜନକ ବୋଲି ବକ୍ତବ୍ୟ ଦେଇଥିବା ଅତିଥି କିଭଳି ଦଶପଲ୍ଲା ଛେନାପୋଡ଼ ଦିବସ ପାଳନରେ ବିଦ୍ୟାଧରଙ୍କୁ ସ୍ରଷ୍ଟା ବୋଲି ସ୍ୱୀକାର କଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୟାଗଡ଼ ଛେନାପୋଡ ଜିଆଇ ଟ୍ୟାଗ ପାଇଁ କେଉଁ ମାନେ ବାଧକ ସାଜିଛନ୍ତି ନୟାଗଡ଼ ବାସୀ ଏହାକୁ ଭଲରେ ବୁଝି ପାରିବେ । ଏମାନେ ଜିଲ୍ଲା ପାଇଁ ଲାଭ ଦାୟକ ନା କଳଙ୍କ ଏହା ସାଧାରଣରେ ଚର୍ଚ୍ଚା ଚାଲିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!