Monday, November 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍‌-୧୯ କଠିନ ପରିସ୍ଥିତିରେ ମଧ୍ୟ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ

by ସଞ୍ଜୟ ସ୍ୱାଇଁ
June 23, 2020
in Feature News
କୋଭିଡ୍‌-୧୯ କଠିନ ପରିସ୍ଥିତିରେ ମଧ୍ୟ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ରଣ
48
VIEWS
Share on FacebookShare on Twitter

ଭୁବନେଶ୍ୱର : କୋଭିଡ୍‌-୧୯ର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମରେ ଆଜି ରାଜ୍ୟର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍‌)ରେ ଛତୁଆ ମିଶ୍ରଣ କରାଯାଇଛି । ଏହି ମିଶ୍ରଣ ସମୟରେ କୋଭିଡ୍‌-୧୯ର ସମସ୍ତ ନିୟମାବଳୀକୁ ଅନୁପାଳନ କରାଯିବା ସହ ବିଶୋଧନ ଏବଂ ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଛତୁଆ ମିଶ୍ରଣ କରିଥିଲେ । ପ୍ରକାଶ ଥାଉ କି, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କର ସମନ୍ୱିତ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶୁଖିଲା ଖାଦ୍ୟ ଭାବେ ଛତୁଆ, ଚିକି, ଲଡୁ ଆଦି ବଣ୍ଟନ କରାଯାଉଛି । ଛତୁଆ ପ୍ରସ୍ତୁତି ଏବଂ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ନିମନ୍ତେ ଏବେ ପ୍ରତି ମାସର ୨୩ ତାରିଖରେ ଛତୁଆ ମିଶ୍ରଣ କରାଯାଇ ୧ ତାରିଖରେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ କରାଯାଉଛି । ଏହା ଦ୍ୱାରା ଛତୁଆ ମିଶ୍ରଣର ଗୁଣାତ୍ମକ ମାନ ବଜାୟ ରଖାଯିବା ସହ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ପାରିଛି । ରାଜ୍ୟର ପ୍ରାୟ ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଏବଂ ଶିଶୁ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାର ଉପଜିଲ୍ଲାପାଳ, ବିଡ଼ିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ଏହି ମିଶ୍ରଣ ପ୍ରକ୍ରିୟା ତଦାରଖ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!