Saturday, November 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ୍‌-୧୯ ନିୟମାବଳୀ ମଧ୍ୟରେ ଛତୁଆ ମିଶ୍ରଣ

by Anil Panda
August 23, 2020
in Feature News
କୋଭିଡ୍‌-୧୯  ନିୟମାବଳୀ ମଧ୍ୟରେ ଛତୁଆ ମିଶ୍ରଣ
426
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : କୋଭିଡ୍‌-୧୯ ନିୟମାବଳୀ ଏବଂ କଟକାର ଅନୁପାଳନ ମଧ୍ୟରେ ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ଛତୁଆ ମିଶ୍ର କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନ୍‌ରେ ଛତୁଆ ଏକ ପ୍ରମୁଖ ଉପାଦାନ । ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ୧ ତାରିଖରେ ଟେକ୍‌ ହୋମ୍‌ ରାସନ ଭାବେ ଛତୁଆ, ଚିକି, ବାଦାମ ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି । ଛତୁଆ ମିଶ୍ରର ଗୁାତ୍ମକ ଅଭିବୃଦ୍ଧି ଏବଂ ବଣ୍ଟନରେ ସ୍ୱଚ୍ଛତା ଆିବା ପାଇଁ ବିଭାଗ ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ମାସରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ର ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଏବଂ ମାସର ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ‘ମୋ ଛତୁଆ’ ଆପ୍‌ ଓ େୱବ୍‌ସାଇଟ୍‌ ଦ୍ୱାରା ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଥିଲା । ଏହି ଆପ୍‌ ମାଧ୍ୟମରେ ଛତୁଆ ପାଇଁ ଆବଶ୍ୟକୀୟ ସମସ୍ତ କଞ୍ଚାମାଲ ସଂଗ୍ରହ, ଆନୁପାତିକ ପରିମାର ମିଶ୍ର, ମିଶ୍ରଣ ସମୟରେ ପ୍ରକଳ୍ପର ଫଟୋ ଆଦି ସଂଗ୍ରହ, ବଣ୍ଟନ ପ୍ରକି୍ରୟା ଏବଂ ଏ ସଂପର୍କିତ ସମସ୍ତ ଆର୍ଥିକ ପରିଚାଳନାକୁ ତଦାରଖ କରାଯାଉଛି । ଛତୁଆ ମିଶ୍ରଣ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିୟୋଜିତ କରାଯାଇଛି । ଛତୁଆ ମିଶ୍ରଣ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଡି.ଏସ୍‌.ଡବ୍ଲୁ୍ୟ.ଓ, ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ତଥା ଅଙ୍ଗନବାଡ଼ିର ‘ମାତୃକମିଟି’ ଏବଂ ‘ଯାଞ୍ଚ କମିଟି’ ତଦାରଖ କରିଥାନ୍ତି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ ଦ୍ୱାରା ଏହାର ପରିଚାଳନାରେ ଯଥେଷ୍ଟ ସ୍ୱଚ୍ଛତା ଆସିଛି ଏବଂ ଛତୁଆର ମାନରେ ମଧ୍ୟ ଗୁାତ୍ମକ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଥି ପାଇଁ ବିଭାଗର ଏକ ସ୍ୱତନ୍ତ୍ର ନିରୀକ୍ଷ ଦଳ ଗଠନ କରାଯାଇଛି ଏବଂ ସେମାନେ ହିତାଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଟେଲିଫୋନ୍‌ରେ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି । ଛତୁଆ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା ସହ ଏକ ଉନ୍ନତ ପର୍ଯ୍ୟାୟକୁ ନେବାରେ ରାଜ୍ୟ ସରକାରଙ୍କ ୫‘ଟି’ ସୂତ୍ରର ପ୍ରୟୋଗ ବେଶ୍‌ ଫଳପ୍ରଦ ହୋଇପାରିଛି । ଆଜି ମାସର ୨୩ ତାରିଖ ହୋଇଥିବାରୁ ସମସ୍ତ ପ୍ରକଳ୍ପରେ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ କରାଯାଇଥିଲା । କୋଭିଡ୍‌ କଟକା ଏବଂ ନିୟମାବଳୀ ହେତୁ ସାମାଜିକ ଦୂରତା, ସ୍ୱଚ୍ଛତା ଏବଂ ବିଶୋଧନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ମିଶ୍ର କାର୍ଯ୍ୟ ସଂପନ୍ନ କରାଯାଇଛି । ବିଭିନ୍ନ ପ୍ରକଳ୍ପରେ ଉପଜିଲ୍ଲାପାଳ, ତହସିଲଦାର, ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓମାନେ ଉପସ୍ଥିତ ରହି ମିଶ୍ରଣ କାର୍ଯ୍ୟକୁ ତଦାରଖ କରିଥିଲେ । ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସାରା ରାଜ୍ୟରେ ପାଳିତ ହେଉଛି । ଏହା ଏକ କୃଷିଭିତ୍ତିକ ପର୍ବ ଏବଂ ପରିବାରର ସଦସ୍ୟମାନେ ଏକତ୍ର ବସି ନବାନ୍ନ ଭକ୍ଷଣ କରିବା ଦ୍ୱାରା ଆମ ସଂସ୍କୃତି ଓ ପରମ୍ପରା ସହ ପୁଷ୍ଟିସାଧନକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଶିଶୁ, ଗର୍ଭବତୀ ଏବଂ ପ୍ରସୂତିମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ସହ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଉପଯୁକ୍ତ ପୋଷଣର ଏକାନ୍ତ ଆବଶ୍ୟକତା ରହିଛି । ଏହାକୁ ଉପଲବ୍ଧି କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ୱଧାର ଗୃହର ଅନ୍ତେବାସୀମାନେ ନୂଆଖାଇ ପାଳନ କରିବା ସହ ସମସ୍ତେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଏକତ୍ର ଭୋଜନ କରିଛନ୍ତି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନର କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ‘ମୋ ଛତୁଆ’ ଏକ ଅଭିନବ କାର୍ଯ୍ୟକ୍ରମ । ବିଗତ ଗୋଟିଏ ବର୍ଷ ମଧ୍ୟରେ କେବଳ ଛତୁଆ ମିଶ୍ରଣ ଓ ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇ ନାହିଁ, ଏହା ଜରିଆରେ ମହିଳା ଓ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!