Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୀମାନ୍ତରେ ଅଟକିଛନ୍ତି ହଜାର ହଜାର ପ୍ରବାସୀ

by Anil Panda
May 25, 2020
in Breaking
ସୀମାନ୍ତରେ ଅଟକିଛନ୍ତି ହଜାର ହଜାର ପ୍ରବାସୀ
49
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି । ହଜାର ହଜାର ଶ୍ରମିକ ଓଡ଼ିଶା ଭିତରକୁ ପଶିବାକୁ ଚେଷ୍ଟା କରି ବିଫଳ ହେବା ପରେ ସେଠାରେ ପରିସ୍ଥିତି ଭୟାବହ ହୋଇପଡ଼ିଛି । ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟି କୁ ହଜାର ହଜାର ପ୍ରବାସୀ ଶ୍ରମିକ ଆସି ପହଂଚିବାରୁ ସେଠାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ରାତି 3 ଟାରୁ ପଶ୍ଚିମବଙ୍ଗ ଓଡିଶା ର ହଜାର ହଜାର ପ୍ରବାସୀ ଓ ଶ୍ରମିକ ଓଡିଶାକୁ ପ୍ରବେଶ କରିବା ପାଇଁ ପହଞ୍ଚିଥିଲେ । ମହାରାଷ୍ଟ୍ର ର ଶହ ଶହ ଗାଡ଼ିରେ ଲୋକେ ସୀମାରେ ପହଞ୍ଚିଯିବା ଫଳରେ ପ୍ରଶାସନ ବ୍ୟବସ୍ଥ ଠପ ହୋଇପଡିଥିଲା । ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ବୁଖୀନ ହେବା ସହ କିଛି ଶ୍ରମିକ କ୍ଷୁବ୍ଧ ହୋଇ ରାସ୍ତା ରେ ବସିପଡିଥିଲେ ଫଳରେ ରାସ୍ତା ଜାମ ହୋଇଯାଇଥିଲା । ଛତିଶଗଡ଼ ଭିତରକୁ ପାଖା ପାଖି ପାଂଚ କିମି ପର୍ଯ୍ୟନ୍ତ ସଡକ ପଥରେ ରାସ୍ତା ଜାମ ରହିଥିଲା । ସକାଳେ ଅତିରିକ୍ତ ପୋଲିସ ପହଂଚି ପରିସ୍ଥିତି ଆୟତ୍ତ କରିବାକୁ ଚେଷ୍ଟା କରି ଥିବା ସତ୍ତ୍ୱେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବ୍ୟବସ୍ଥା ଲାଗି ରହିଥିଲା ।କିଛି ବସ ବରଗଡ଼ ରୁ ଆଣି ଶ୍ରମିକମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ସୀମାନ୍ତ ଲୁହୁରାଚଟି ରେ ରାତି 3 ଟାରୁ ପଞ୍ଜିକରଣ ବନ୍ଦ ରହିଥିବାରୁ ଏପରି ଅବ୍ୟବସ୍ଥା ହୋଇଥିବା ଜଣାପଡିଛି । ଅପରପକ୍ଷରେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଓଡିଶାକୁ ପ୍ରବେଶ କରିବାକୁ ଲାଗିଲେ । ଯାହାକୁ ନେଇ ପଣ୍ଡକିପାଲୀ ସରପଞ୍ଚ ପ୍ରମିଳା ନାଏକ ଲୁହୁରାଚଟି କୁ ସଡଡାଉନ ଘୋଷଣା କରିଥିଲେ । ଅନୁରୂପ ଭାବରେ ସୋହେଲା ସରପଞ୍ଚ ଜିତେନ୍ଦ୍ର ଭୋଇ ମଧ୍ୟ ସୋହେଲା କୁ ସଡଡାଉନ ଘୋଷଣା କରିଥିଲେ । ଫଳରେ ଉଭୟ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ପ୍ରବାସୀ ଶ୍ରମିକ ଙ୍କ ଆଗମନ କୁ ଦୃଷ୍ଟିରେ ରଖି ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ହେଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!