ପୁରୀ, (ବାଘୁଆବାର୍ତ୍ତା): ବୁଧବାର ବସିବ ଛତିଶା ନିଯୋଗ ବୈଠକ । ପୁରୀ ନିଳଦ୍ରୀ ଭକ୍ତନିବାସରେ ଆଜି ସଂଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ । ଯେଉଁଥିରେ ରଥ ଯାତ୍ରାର ନୀତିକାନ୍ତି ନିର୍ଘଣ୍ଟ ସଂପର୍କରେ ଆଲୋଚନା କରାଯିବ । ଖବର ଅନୁଯାୟୀ, ବୁଧବାର ଅପରାହ୍ନ ୫ଟାରେ ନିଳାଦ୍ରୀ ଭକ୍ତନିବାସରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ। ଯେଉଁଥିରେ ରଥଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ହେବ । ଯେପରି ଆଗାମୀ ରଥଯାତ୍ରାରେ କୌଣସି ନୀତି ଯେପରି ବିଳମ୍ବ ନହୁଏ, ସେନେଇ ନିଷ୍ପତ୍ତି ନିଆଯିବ । ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୧୧ ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହାପରେ ୧୨ ତାରିଖରେ ଅଲାରନାଥ ଦର୍ଶନ ଅନୁଷ୍ଠିତ ହେବ । ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ନୀତିକାନ୍ତି କରାଯିବା ପରେ ଜୁନ୍ ୨୭ରେ ଅନୁଷ୍ଠିତ ହେବ ଗୁଣ୍ଡିଚା ଯାତ୍ରା । ଜୁଲାଇ ୫ ତାରିଖରେ ବାହୁଡ଼ା ଯାତ୍ରା ଏବଂ ୮ ତାରିଖରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।






