ନୟାଗଡ଼, (ବାଘୁଆବାର୍ତ୍ତା): ଜଗତସିଂହପୁର ଜିଲ୍ଲାରେ ବଡ଼ ଅଘଟଣ ଘଟିଛିି । ନିଶାନିବାରଣ କେନ୍ଦ୍ରରେ ପସି କେନ୍ଦ୍ରର ମାଲିକ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯେଉଁଥିରେ କି ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହାତ ଚିକିତ୍ସତ ହେଉଥିବା ବେଳେ ଏହି ଘଟଣାକୁ ନେଇ କୋର୍ଟ ଛକରେ ଶବରଖି ରାସ୍ତା ରୋକ ପୋଡ଼ାଜଳା କରିଥିବା ଜଣାପଡିଛି । ସୂଚନାନୁସାରେ, ଜଗତସିଂହପୁର ମଜୁରାଉରେ ‘ଚେଷ୍ଟା’ ମିଶାନିବାରଣ କେନ୍ଦ୍ରରେ କେନ୍ଦ୍ରର ମାଲିକ କୌଣସି ଘଟଣାକୁ ନେଇ ଅନ୍ତୋବସୀଙ୍କୁ ଜିଆଇ ପାଇପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହାତ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ଅନ୍ତୋବସୀ ଜଣକ ହେଳେ ଚାଟର ଗାଁର ଏସ୍.କେ ଜବାର । ଏହି ଘଟଣାକୁ ନେଇ କୋର୍ଟ ଛକ ଠାରେ ଶବ ରଖି ରାସ୍ତା ଅବରୋଧ କରିବା ସହିତ ପୋଡ଼ାଜଳା କରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।






