Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୁଷ୍ଠିତ ହେବ ଦୁଇ ଦିନିଆ ଚେସ ଟୁର୍ଣ୍ଣାମେଣ୍ଟ

by ସଞ୍ଜୟ ସ୍ୱାଇଁ
May 10, 2023
in Nayagarh, Sports, State
ଅନୁଷ୍ଠିତ ହେବ ଦୁଇ ଦିନିଆ ଚେସ ଟୁର୍ଣ୍ଣାମେଣ୍ଟ
174
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହେବ ଦୁଇ ଦିନିଆ ଚେସ ଟୁର୍ଣ୍ଣାମେଣ୍ଟ । ଏଥି ନିମନ୍ତେ ଆଜି ନୟାଗଡ଼ କେସି କ୍ଲବ ପରିସରରେ ସୁଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁ ଓ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ । ରାଜ୍ୟ ଚେସ ଆସୋସିଏସନର ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସୂଚନା ମୁତାବକ ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ବର୍ଗର ପ୍ରତିଯୋଗୀ ଅଂଶ ଗ୍ରହଣ କରି ପାରିବେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ଶହ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧୨ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୧ହଜାର ଟଙ୍କା, ଚତୁର୍ଥ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୭୦୦ ଟଙ୍କା ଓ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୬୦୦ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ଟ୍ରଫି ମଧ୍ୟ ପ୍ରଦାନ କରାଯିବ । ସେହିପରି ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଏହି ପ୍ରତିଯୋଗୀତାରେ ମହିଳା ଓ ପୁରୁଷ ବିଭିନ୍ନ ବର୍ଗର ପ୍ରତିଯୋଗୀ ସାମିଲ ହୋଇପାରିବେ । ଏଥିରେ କୌଣସି ବୟସ ସୀମା ନାହିଁ । ସ୍ଥାନୀୟ କେସି କ୍ଲବ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁ, ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଉପସଭାପତି ବାଲାରସେନ ପାତ୍ର, କୋଷାଧ୍ୟକ୍ଷ ତରୁଣ ଖାଁ, ସଦସ୍ୟ ଲକ୍ଷ୍ମୀଧର ସାହୁ ଏବଂ ରିତେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!