ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ପୁନେ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୨ଜଣଙ୍କରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ପତ୍ତା ମିଳିନାହିଁ । କେମିକାଲ ଫ୍ୟାକ୍ଟ୍ରିରୁ ୨୦ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇଛି । ଫ୍ୟାକ୍ଟ୍ରିରେ ଏକାଧିକ ଲୋକ ଫସି ରହିଥିବା ଅନୁମାନ କରଯାଇଛି । ନିଅାଁକୁ ଆୟତ କରିବା ପାଇଁ ୫ଟି ଦମକଳ ବାହିନୀର କର୍ମଚାରୀ ନିଅାଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି । ତେବେ କେମିତି ଓ କେଉଁ କାରଣରୁ ଅଗ୍ନିକାଣ୍ଡ ଲାଗିଛି ତାହା ଜଣାପଡିନାହିଁ ।





