ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୨୫ରୁ ଆରମ୍ଭ ହୋଇ ଏହି ଶିବିର ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ୫୦ ଜଣ ଛାତ୍ରୀଙ୍କ ଅଧ୍ୟାପିକା ଜୁଲି ରôତ ତାଲିମ ଦେଇଥିବା ବେଳେ ଅଧ୍ୟକ୍ଷ ସହଦେବ ନାୟକ ବିଭିନ୍ନ ପରାମର୍ଶ ଦେଇଥିଲେ । ଇଂରାଜୀ ବିଭାଗ ଅଧ୍ୟାପକ ମନୋଜ କୁମାର ସାମନ୍ତରାୟ ଶିବିରକୁ ପରିଚାଳନା କରିଥିଲେ ।






