Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାୟାବିନୀ ଇରାନୀଙ୍କ ଟେଲି ଅଭିନେତ୍ରୀ ଚେହେରାରେ ନୁି୍ୟଡ୍ କଲ୍‌, ୫୫ ରୁ ଅଧିକ ମୁଣ୍ଡିଆଳିଙ୍କ ସହ କରୁଥିଲେ ଚାଟ୍

by ସଞ୍ଜୟ ସ୍ୱାଇଁ
September 18, 2023
in Crime, State
ମାୟାବିନୀ ଇରାନୀଙ୍କ ଟେଲି ଅଭିନେତ୍ରୀ ଚେହେରାରେ ନୁି୍ୟଡ୍ କଲ୍‌, ୫୫ ରୁ ଅଧିକ ମୁଣ୍ଡିଆଳିଙ୍କ ସହ କରୁଥିଲେ ଚାଟ୍
210
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୁନ୍ଦର ଗଢ଼ଣ ସାଙ୍ଗକୁ ଗୋରା ତକ୍‌ତକ ଚେହେରା । ମୁହଁରେ ଟିକେ ମେକ୍ ଅପ୍ ବୋଳିଦେଲେ, ସିନେ କି ଟେଲି ଅଭିନେତ୍ରୀଠୁ କୌଣସି ଗୁଣରେ କମ୍ ନୁହେଁ । ଯାତ୍ରାପାର୍ଟିରେ ଆଙ୍କର ହୋଇଥିବା ସତ୍ତ୍ୱେ ଟେଲି ଅଭିନେତ୍ରୀ ପରିଚୟରେ ନ୍ୟୁଡ୍ କଲ୍‌ରେ ମାତିଥିଲେ ଇରାନୀ । କି ଦିନ କି ରାତି । ସବୁବେଳେ ବିଲ୍ଡର, ଠିକାଦାର, ଛାତ୍ରଙ୍କ ସହ ମୋବାଇଲ୍ ଭିଡିଓ କଲ୍‌ରେ ମାତିଥିଲେ । ଇରାନୀ ଖୋଲିଥିବା କିଛି ନକଲି ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଟେଲି ଅଭିନେତ୍ରୀ ବୋଲି ଦର୍ଶାଇଥିଲେ । ମାତ୍ର କେଇ ଦିନର କଥାବାର୍ତ୍ତା ପରେ ସିଧା ନ୍ୟୁଡ୍ କଲ୍ ପାଇଁ ଅଫର୍ ଦେଉଥିଲେ । ପୁଲିସ ଜବତ କରିଥିବା ଇ-ଗାଜେଟ୍ ଯାଞ୍ଚରୁ ଜାଣିବାକୁ ପାଇଛି, ଇରାନୀ ପ୍ରତିଦିନ ୧୦-୧୨ଜଣଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିଲେ । ଅଧିକାଂଶ ଲୋକଙ୍କୁ ରାତିବେଳା ଭିଡିଓ କଲ୍ କରୁଥିଲେ । ଏସବୁ ଭିଡିଓ କଲରେ ନଗ୍ନତା ରହିଥିବା ପୁଲିସ ସନ୍ଦେହ କରୁଛି । କାହିଁକି ନା, ସେ ଭିଡିଓ କଲ୍ କରିବା ପରେ ସମ୍ପୃକ୍ତ ପୀଡିତଙ୍କ ସହ ମେସେଜ୍ ଚାଟ୍‌ରେ ଅଶ୍ଲୀଳ ବାର୍ତ୍ତା ଦେଉଥିଲେ । ନାରଗୋଦାସ୍ଥିତ ଭଡ଼ାଘରକୁ ଏକାନ୍ତରେ ଭେଟିବାକୁ ଅଫର ଦେଉଥିଲେ । ସେହିପରି ବିଶ୍ୱାସନୀୟତା ଯୋଗୁ ଅଧିକାଂଶ ପୀଡି଼ତ ହ୍ୱାଟସ୍‌ଆପ୍‌ରେ ଭିଡିଓ କଲ୍‌କୁ ପସନ୍ଦ କରୁଥିଲେ । ଏହାବାଦ୍ ଇରାନୀ ସାଇବର ଅପରାଧଙ୍କ ଶୈଳୀରେ ଲାପ୍‌ଟପ୍ ଥୋପ ପକାଉଥିଲେ । ଅର୍ଥାତ୍ ଅନେକ ଲୋକଙ୍କୁ ପ୍ରଥମେ ଚାଟ୍ କରି ନ୍ୟୁଡ୍ କଲ୍ କରିବାକୁ ପ୍ରଲୋଭିତ କରୁଥିଲେ । ସମ୍ପୃକ୍ତ ବ୍ୟକ୍ତିଜଣକ ଭିଡିଓ କଲ୍ କରିବା ମାତ୍ରେ ଇରାନୀ ଓ ତାଙ୍କ ସହଯୋଗୀମାନେ ଧରିଥିବା ମୋବାଇଲ୍‌କୁ ଏକ ଲାପ୍‌ଟପ୍ ସାମ୍ନାରେ ରଖୁଥିଲେ । ଉକ୍ତ ଲାପ୍‌ଟପ୍‌ରେ ପୂର୍ବରୁ ସୁନ୍ଦରୀ ଯୁବତୀଙ୍କ ନଗ୍ନ ଭିଡିଓ କ୍ଲିପ୍ ରହୁଥିଲା । ଯାହାକୁ ଚାଲୁ କରିବା କ୍ଷଣି ଭିଡିଓ କଲ୍ ଅପରପଟେ ଥିବା ବ୍ୟକ୍ତିଜଣକ ନିଜ ସଞ୍ଜମତା ହରାଉଥିଲା । ଏହାର କିଛି ସ୍କ୍ରିନ୍ ସର୍ଟ ନେଇ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପଠାଇ ବ୍ଲାକ୍‌ମେଲ୍ କରୁଥିଲେ । ସେହିପରି ଇରାନୀ କିଛି ଅନ୍‌ଲାଇନ୍ ଭିଡିଓ କଲ୍ ଆପ୍‌ର ସଦସ୍ୟତା ନେଇଥିବା ପୁଲିସ ସୁରାକ୍ ପାଇଛି । ଯେଉଁ ଆପ୍ ଜରିଆରେ ସେ ନିଜ ମୁହଁ ଲୁଚାଇ ନ୍ୟୁଡ୍ କଲ୍ କରି ପ୍ରାର‌୍ୟ୍ୟାପ୍ତ ଟଙ୍କା ରୋଜଗାର କରୁଥିଲେ । ୫୫ ଜଣ ମୁଣ୍ଡିଆଳଙ୍କ ସହ ଚାଲିଥିଲା ଚାଟ୍ । ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆରୁ ଇରାନୀ ଅଧିକାଂଶ ଶିକାର ଖୋଜୁଥିବା ପୁଲିସକୁ ସୁରାକ୍ ମିଳିଛି । ଇରାନୀ ୨ଟି ମୋବାଇଲ୍ ଫୋନ୍ ରଖିଥିଲେ । ଦେଢ଼ ମାସ ତଳେ ଦେଢ଼ ଲକ୍ଷ ମୂଲ୍ୟରେ ଏକ ଦାମୀ ଫୋନ୍ କିଣିଥିଲେ । ସେଥିରେ କାହାରି ସହ ଭିଡିଓ କଲ୍ କରିନଥିଲେ । ଦାମୀ ଫୋନ୍‌ର ଫଟୋ ଗ୍ୟାଲେରୀ ପ୍ରାୟ ଫାଙ୍କା ଥିଲା । ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଅସଲି ଥିଲା । କିନ୍ତୁ ପୁରୁଣା ମୋବାଇଲ୍‌ରୁ ପୁଲିସକୁ ସାଂଘାତିକ ତଥ୍ୟ ମିଳିଛି । ଏହି ମୋବାଇଲ୍‌ରେ ୪ରୁ ଅଧିକ ନକଲି ଫେସ୍‌ବୁକ୍ ଆକାଉଣ୍ଟ ଖୋଲାଯାଇଛି । ଏସବୁ ଆକାଉଣ୍ଟର ଡିସ୍‌ପ୍ଲେ ପିକ୍‌ଚର (ଡିପି)ରେ ଇରାନୀ ନିଜ ଅର୍ଧନଗ୍ନ ଫଟୋ ରଖିଛନ୍ତି । ଆଉ କିଛି ହଟ୍‌ପ୍ୟାଣ୍ଟ ପିନ୍ଧା ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି । ଏସବୁ ନକଲି ଆକାଉଣ୍ଟରେ ପାଖାପାଖି ୫୫ଜଣଙ୍କ ମୁଣ୍ଡିଆଳଙ୍କ ସହ ସେ ଅନ୍ତରଙ୍ଗ ଚାଟ୍ କରୁଥିଲେ । ପ୍ରାୟ ସମସ୍ତଙ୍କୁ ଏକାନ୍ତରେ ଭେଟିବାକୁ ନିଜ ଭଡ଼ାଘରକୁ ଡାକି ସାରିଥିବା ପୁଲିସକୁ ପ୍ରମାଣ ମିଳିଛି । ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଇରାନୀ ଜାଲରେ ଫସିଛନ୍ତି, ଏନେଇ ପୁଲିସ ତନାଘନା ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!