Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଷୀକୁ ଉପଯୁକ୍ତ ସମ୍ମାନ ଦେବା : ଅରୁଣ

by ସଞ୍ଜୟ ସ୍ୱାଇଁ
December 19, 2019
in Lifestyle, Society, State
ଚାଷୀକୁ ଉପଯୁକ୍ତ ସମ୍ମାନ ଦେବା : ଅରୁଣ
25
VIEWS
Share on FacebookShare on Twitter

କୃଷି ବିଭାଗର ‘ମୋ ସରକାର’ ସମ୍ପର୍କିତ କର୍ମଶାଳା

ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ସ୍ଥାନୀୟ ରେଲୱେ ପ୍ରେକ୍ଷାଳୟଠାରେ କୃଷି ବିଭାଗ ପକ୍ଷରୁ ‘ମୋ ସରକାର’ ଯୋଜନାର ୫ଟି ସଂମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ, ଆମ ପାଇଁ ଦିନରାତି ଏକ କରି ଖରା, ବର୍ଷାରେ ଖଟୁଥିବା ଚାଷୀଙ୍କୁ ଆମେ ଉପଯୁକ୍ତ ସମ୍ମାନ ଦେବା ସହ ତାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଯେପରି ତାଙ୍କ ପାଖରେ ତୁରନ୍ତ ପଂହଚିବ ଏହା ସମସ୍ତଙ୍କର ମୁଖ୍ୟ କାର୍ଯ୍ୟ ହେବା ଆବଶ୍ୟକ ବୋଲି ଉପସ୍ଥିତି କର୍ମଚାରୀମାନଙ୍କୁ କହିଥିଲେ । ୫ଟିକୁ ସର୍ବାନ୍ତକରଣରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ତ ଉତ୍ତରଦାୟୀ ସରକାର ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଅଭିନବ କର୍ମଶାଳା ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ଭାବେ ବିଭାଗର ପ୍ରମୂଖ ଶାସନ ସଚିବ ସୈାରଭ ଗର୍ଗ ତାଙ୍କ ବକ୍ତବ୍ୟରେ ଚାଷୀଙ୍କ ପାଖରେ କିପରି ସମସ୍ତ ଯୋଜନା ପଂହଚି ପାରିବ ସେଥିପାଇଁ ଆମ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ । ରାଜ୍ୟ ସରକାର ଯାହା ଯୋଜନା ପ୍ରଣୟନ କରୁଛନ୍ତି ତାହା ଚାଷୀମାନେ ସିଧାସଳଖ ଉପକୃତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହି କର୍ମଶାଳାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ରାଜ୍ୟ ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସମସ୍ତ ନିଗମର ଅଧ୍ୟକ୍ଷ ଏବଂ କୃଷି ବିଭାଗର ଉପଦେଷ୍ଟା ଯୋଗ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!