Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଚ୍ଛାଶକ୍ତିର ଅଭାବ, ସହର ଚାରିପାଖରେ ଶହ ଶହ ଏକର ଚାଷ ଜମି ପଡ଼ିଆ

by Anil Panda
September 29, 2020
in Nayagarh
ଇଚ୍ଛାଶକ୍ତିର ଅଭାବ, ସହର ଚାରିପାଖରେ ଶହ ଶହ ଏକର ଚାଷ ଜମି ପଡ଼ିଆ
642
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କଥାରେ ଅଛି, ହାଟୁଆ ହୁରୁଡ଼ିଲେ ପାଳିଏ ଚଷା ହୁରୁଡ଼ିଲେ ବରଷେ । ମାତ୍ର ନୟାଗଡ଼ ସହର ନିକଟବର୍ତ୍ତୀ ଅଂଚଳରେ ବର୍ଷ ବର୍ଷ ଧରି ଶହ ଶହ ଏକର ଚାଷ ଜମି ଏବେ ପଡ଼ିଆ ପଡ଼ିଛି । ଅନେକ ଚାଷ ଜମି କଂକ୍ରଟି ଜଙ୍ଗଲରେ ପରିଣତ ହୋଇଥିବା ବେଳେ ଅନେକ ଜମି ଜଳସେଚନ ଅଭାବ ଏବଂ ଇଚ୍ଛାଶକ୍ତିର ଅଭାବ ଆଗରେ ମୁଣ୍ଡ ନୁଆଁଇ ଗୋରୁ ଚରା ପଡ଼ିଆରେ ପରିଣତ ହୋଇଛି । ସୂଚନାନୁସାରେ, ଅନେକ ବଡ଼ ବଡ଼ ସହରରେ ନିକଟବର୍ତ୍ତୀ ଜମିକୁ ଚାଷପୋଯୋଗୀ କରିବା ପାଇଁ ଜଳସେଚନ ସୁବିଧା ରହିଥିବା ବେଳେ ନୟାଗଡ଼ ସହରରେ ସେଭଳି କୈାଣସି ସୁବିଧା ନାହିଁ । ଫଳରେ ସହର ନିକଟବର୍ତ୍ତୀ ଅଂଚଳ ବର୍ଷ ବର୍ଷ ଧରି ଚାଷ ନହୋଇ ଏବେ ଗୋରୁ ଚରା ପଡ଼ିଆରେ ପରିଣତ ହୋଇଛି । ନୟାଗଡ଼ ସହର ଉପକଂଣ୍ଠରେ ଥିବା ସିନ୍ଦୁରିଆ, ଦୁର୍ଗାପ୍ରସାଦ, ଦେଉଳପଲ୍ଳୀ, ରତନପୁର, ଲେଙ୍କୁଡ଼ିପଡ଼ା, ଧବଳେଇ, ବରପଲ୍ଲୀ, ନବଘନପୁର, ମୁକ୍ତାପୁର, ସୁବଣ୍ଣଦେଇପୁର ପ୍ରଭୃତି ଗ୍ରାମାଞ୍ଚଳକୁ ଲାଗି ରହିଥିବା ହଜାର ହଜାର ଲୋକଙ୍କ ଜମି ଏବେ ପଡ଼ିଆରେ ପରିଣତ ହୋଇଛି । ଏହା ପଛରେ ଜଳସେଚନର ଅଭାବ ସହ ଲୋକଙ୍କ ଇଚ୍ଛାଶକ୍ତିର ଅଭାବ ମୁଖ୍ୟ କାରଣ ବୋଲି ଜଣାଯାଇଛି । ଅନ୍ୟପକ୍ଷେ, ନୟାଗଡ଼ ସହର ନିକଟବର୍ତ୍ତୀ ଜମିର ମୁଲ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଏବଂ ଏହାକୁ ଘର ନିର୍ମାଣରେ ବ୍ୟବହାର କରାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଅନେକ ପୁରୁଣା ଚାଷୀଙ୍କ ମତନୁସାରେ, ଯେତେ କଷ୍ଟ ପଡ଼ୁ ପଛେ ପୂର୍ବରୁ ଚାଷ କରାଯାଉଥିଲା । ଏବେ ଏହି ଜମି ସୁନା ଦର ସହ ସମାନ ହେବାର ଆଜି କାଲିକା ଲୋକ ଖର୍ଚ୍ଚାନ୍ତ ହୋଇ ଚାଷ କରିବା ଅପେକ୍ଷା ଏହାକୁ ଘର ନିର୍ମାଣ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ବିକ୍ରି କରିବାକୁ ଶ୍ରେୟ ମଣୁଛନ୍ତି । ଜିଲ୍ଲା କୃଷି ବିଭାଗ ଲୋକଙ୍କୁ କୃଷି କାର୍ଯ୍ୟ ପାଇଁ ସଚେତନତା ନକରିବା ଏବଂ ଆବଶ୍ୟକୟୀ ସୁବିଧା ନମିଳିବାରୁ ଏଭଳି ପରିସ୍ଥିତି ସୃଷ୍ଟିର ଅନ୍ୟତମ କାରଣ ବୋଲି ଜଣାଯାଇଛି । ନୟାଗଡ଼ ସହର ଏକ ଉଚ୍ଚ ସ୍ଥାନରେ ରହିଥିବାରୁ ନିକଟବର୍ତ୍ତୀ ଅଂଚଳରୁ ଏହି ଅଂଚଳକୁ ଜଳସେଚନ ସୁବିଧା ହୋଇପାରୁ ନାହିଁ । ଏଣୁ ମହାନଦୀରୁ ସହରକୁ ପାନୀୟ ଜଳଯୋଗାଣ କରାଯିବା ଭଳି ସହର ନିକଟବର୍ତ୍ତୀ ସ୍ଥାନକୁ କୃଷି କାର୍ଯ୍ୟ ପାଇଁ ଜଳସେଚନ ସୁବିଧା କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ଏଥିସହିତ ବିନା ଦ୍ୱିଧାରେ ସରକାରୀ ଅଧିକାରୀ ଚାଷ ଜମିକୁ ଘରବାରି ପରିବର୍ତ୍ତନ କରୁଥିବାରୁ ଏହାକୁ ମଧ୍ୟ ରୋକ ଲଗାଯିବାର ଆବଶ୍ୟକତା ରହିଛି । ସହର ଆଖପାଖ ଅଂଚଳ ଜମିକୁ କିଭଳି ପୁଣିଥରେ ଚାଷପୋଯୋଗୀ କରାଯାଇ ପାରିବ ସେ ନେଇ ଜିଲ୍ଲା କୃଷି ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ପାଇଁ ଦାବି ହେଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!