Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲା ହରିୟାଣା ନିର୍ବାଚନ ତାରିଖ

by ସଞ୍ଜୟ ସ୍ୱାଇଁ
August 31, 2024
in NATIONAL NEWS, Politics
ବଦଳିଲା ହରିୟାଣା ନିର୍ବାଚନ ତାରିଖ
123
VIEWS
Share on FacebookShare on Twitter

ହରିୟାଣା (ବାଘୁଆବାର୍ତ୍ତା): ବଦଳିଛି ହରିୟାଣା ବିଧାନସଭା ନିର୍ବାଚନ ତାରିଖ। ପୂର୍ବରୁ ଅକ୍ଟୋବର ୧ରେ ଭୋଟିଂ ହେବାର ଥିଲା। କିନ୍ତୁ ଆଜି ଭାରତୀୟ ନିର୍ବାଚନ କମିଶନ ୧ ବଦଳରେ ଅକ୍ଟୋବର ୫ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି। ହରିୟାଣା ନିର୍ବାଚନ ତାରିଖ ବଦଳି ଥିବାରୁ ଗଣତି ତାରିଖରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ଅକ୍ଟୋବର ୪ ବଦଳରେ ଅକ୍ଟୋବର ୮ରେ ଉଭୟ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାସଭା ନିର୍ବାଚନର ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ। ହରିୟାଣା ବିଧାନସଭା ନିର୍ବାଚନ ତାରିଖ ବଦଳି ଥିଲେ ହେଁ ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ହେବ। ଭୋଟିଂ ଅଧିକାର ଓ ବିଷ୍ଣୋଇ ସଂପ୍ରଦାୟର ସାଂସ୍କୃତିକ ପରମ୍ପରାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ବଦଳା ଯାଇଥିବା କମିଶନ ପକ୍ଷରୁ କୁହାଯାଇଛି। କମିଶନ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜାତୀୟ, ଆଞ୍ଚଳିକ ଦଳ ଓ ବିଷ୍ଣୋଇ ସମାଜ ପକ୍ଷରୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା। ହରିୟାଣାରୁ ରାଜସ୍ଥାନ ଯାଏ ବିଷ୍ଣୋଇ ସଂପ୍ରଦାୟର ଲୋକ ଶତାବ୍ଦୀ ପୁରୁଣା ଅସୋଜ ଅମାବାସ୍ୟା ଉତ୍ସବ ପାଳନ କରିବେ। ଏହାଦ୍ୱାରା ଭୋଟ ହାର ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ତାରିଖକୁ ପରିବର୍ତ୍ତନ କରାଯାଇଥିବା କମିଶନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଚଳିତ ବର୍ଷ ଅକ୍ଟୋବର ୨ରେ ଅସୋଜ ଅମାବାସ୍ୟା ପଡ଼ୁଛି। ଉକ୍ତ ଦିନ ସିର୍ସା, ଫତେହାବାଦ ଓ ହିସାରରେ ରହୁଥିବା ହଜାର ହଜାର ପରିବାର ରାଜସ୍ଥାନ ଯିବେ। ଅକ୍ଟୋବର ୧ରେ ଭୋଟ ହୋଇଥିଲେ ସମ୍ଭବତଃ ଭୋଟିଂ ପ୍ରତିଶତ ହ୍ରାସ ପାଇଥାଆନ୍ତା। ବିଜେପି ମଧ୍ୟ ନିର୍ବାଚନ ତାରିଖ ବଦଳାଇବାକୁ ଅନୁରୋଧ କରି କମିଶନଙ୍କୁ ଚିଠି ଲେଖିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!