Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷଷ୍ଠଶ୍ରେଣୀ ଛାତ୍ରଙ୍କ ସହ ଟିୟୁସନ ସାର କଲେ ଅପ୍ରାକୃତିକ ଯୌନ ସମ୍ପର୍କ, ଶିକ୍ଷକକୁ ଉଠାଇ ଆଣିଲେ ପୁଲିସ

by ସଞ୍ଜୟ ସ୍ୱାଇଁ
May 29, 2021
in Crime, State
ଷଷ୍ଠଶ୍ରେଣୀ ଛାତ୍ରଙ୍କ ସହ ଟିୟୁସନ ସାର କଲେ ଅପ୍ରାକୃତିକ ଯୌନ ସମ୍ପର୍କ, ଶିକ୍ଷକକୁ ଉଠାଇ ଆଣିଲେ ପୁଲିସ
748
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଶିକ୍ଷକ ଜାତି ପାଇଁ ଆଉ ଏକ କଳଙ୍କ । ଟିଉସନ ସାରଙ୍କ କଳାକାରନାମାକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା । ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ଜିନେସ ଲିମା (୨୪) । ପୁଲିସ ପେକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି । ପୁଲିସ ସୂଚନା ଅନୁଯାୟୀ ୧୨ ବର୍ଷୀୟ ଏହି ନାବାଳକ ଛାତ୍ର ଜଣଙ୍କ ସବୁଦିନ ପରି ଗତକାଲି ରାତିରେ ପଣ୍ଡା ପାର୍କ ବସ୍ତିରେ ରହୁଥିବା ଜିନେସଙ୍କ ପାଖକୁ ଟ୍ୟୁସନ ଯାଇଥିଲେ । କେହି ନଥିବାର ସୁଯୋଗ ନେଇ ଜିନେସ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ତେବେ କୌଶଳ କ୍ରମେ ଛାତ୍ର ଜଣଙ୍କ ସେଠାରୁ ଖସି ଆସି କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପରିବାର ଲୋକ ଜିନେସଙ୍କୁ ଏ ବିଷୟରେ ଯାଇ ପଚାରିବାରୁ ସେ ଗାଳିଗୁଲଜ କରିଥିଲେ । ଏନେଇ ଛାତ୍ରଙ୍କ ମା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଶୁକ୍ରବାର ସକାଳୁ ଅଭିଯୁକ୍ତ ଶିକ୍ଷକଙ୍କୁ ବସ୍ତିରୁ ଉଠାଇ ନେଇ ଯାଇଥିଲା । ପୁଲିସ ଛାତ୍ରଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି । ଆସନ୍ତାକାଲି ତାଙ୍କୁ କୋର୍ଟଚାଲଣ କରାଯିବ ବୋଲି ପୁଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!