Tuesday, August 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିନ୍ଦୂର ସାଜିଲା କଳଙ୍କ ଟିକା

by ସଞ୍ଜୟ ସ୍ୱାଇଁ
March 23, 2021
in Crime, State
ସିନ୍ଦୂର ସାଜିଲା କଳଙ୍କ ଟିକା
482
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରେମ କରି ଉଭୟ ବିବାହ କରିଥିଲୁ । ବିବାହର ୭ବର୍ଷ ବିତିଯାଇ ଥିଲେ ମଧ୍ୟ ଦୀର୍ଘ ୫ବର୍ଷ ଧରି ନିର୍ଯ୍ୟାତନାର ଶିକାର ହୋଇଛି । ନିର୍ଯ୍ୟାତନା ଏପରି ଥିଲା ଯେ, ଭଲ ପାଇ ଯାହାକୁ ବିବାହ କରିଥିଲି, ସେ ମୋରେ ଲଗାଇ ଦେଲା ପରପୁରୁଷ ପାଖରେ । ଯଦି ରାଯି ହେଉନଥିଲି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଶିକାର ହୋଇଛି ବୋଲି ଜଣେ ମହିଳା ଆଜି ଲୁହଭରା କଣ୍ଠସ୍ୱରରେ ଥାନା ବାବୁଙ୍କ ସମ୍ମୁଖରେ ଅଭିଯୋଗ କରିଛି । ଯେଉଁଥି ପାଇଁ କୁହାଯାଇଛି ସିନ୍ଦୂର ସାଜିଲା କଳଙ୍କ ଟିକା । ଏଭଳି ଅଭିଯୋଗ ଆସିଛି ଚନ୍ଦ୍ରଶେଖପୁର ପଦ୍ମାବତୀ ବିହାର ଅଂଚଳରୁ ଆସିଛି । ସୂଚନାନୁସାରେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳକୁ କାମ ଖୋଜିବା ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଂଚଳରୁ ଜଣେ ମହିଳା ୧୦ବର୍ଷ ତଳେ କାମ କରିବା ପାଇଁ ଆସିଥିଲେ । ସେଠାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡାମପୁର ଅଞ୍ଚଳର ଅଭିଯୁକ୍ତ ଚନ୍ଦନ ଆଚାର୍ଯ୍ୟଙ୍କ ସହିତ ଭେଟ ହୋଇଥିଲା । ସେତେବେଳେ ଅଭିଯୁକ୍ତ ଚନ୍ଦନ ଚନ୍ଦ୍ରଶେଖରପୁର ପଦ୍ମାବତୀ ଅଞ୍ଚଳରେ ଅଟୋ ଚଲାଉଥିଲେ । ଚନ୍ଦନଙ୍କ ସହିତ କଥାବାର୍ତ୍ତାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତା’ପରେ ଉଭୟଙ୍କ ବିବାହ ହୋଇଥିଲା । ବିବାହର ୨ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସଂସାର ଠିକ୍ ଚାଲିଥିଲା । ତା’ପରେ ଭଲ ପାଇ ବିବାହ କରିଥିବା ନିଜ ସ୍ତ୍ରୀକୁ ଜୋର ଜବରଦସ୍ତି ଦେହ ବେପାରରେ ଲଗାଇଥିଲେ । ଯଦି ମନା କରୁଥିଲେ ବିଭିନ୍ନ ପ୍ରକାରର ନିର୍ଯ୍ୟତନା ମିଳୁଥିଲା । ଘରୁ ବାହାରକୁ ଛାଡି ନଥିଲେ । ଏପରି ଭାବେ ଦୀର୍ଘ ୭ବର୍ଷ ଧରି ଘର ଭିତରେ ନିଜ ସ୍ତ୍ରୀକୁ ରଖି ସେକ୍ସ ର୍ୟାକେଟ୍ ଚଲାଇଥିଲେ । ତେଣୁ ପିଡିତାଙ୍କ ମା ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପିଡିତାକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!