Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାତ ମାସର ଛୁଆକୁ ଛାଡି ଜୀବନ ହାରିଲେ ମହିଳା

by ସଞ୍ଜୟ ସ୍ୱାଇଁ
November 16, 2023
in Crime, State
ସାତ ମାସର ଛୁଆକୁ ଛାଡି ଜୀବନ ହାରିଲେ ମହିଳା
78
VIEWS
Share on FacebookShare on Twitter

ବାରଙ୍ଗ, (ବାଘୁଆବାର୍ତ୍ତା): ସହି ପାରିଲେନି ଶାଶୂ ଘର ଗଞ୍ଜଣା । ସାତ ମାସର ଛୁଆକୁ ଛାଡ଼ି ମହିଳା କରିଦେଲେ ଆତ୍ମହତ୍ୟା । ନିର୍ଯାତନା ଅଭିଯୋଗ ଆଣିଲେ ପରିବାର ଲୋକେ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ବସ୍ତିରେ ଘଟିଛି ଅଭାବନୀୟ ଘଟଣା । ବେକରେ ଓଢ଼ଣି ଲଗାଇ ଜଣେ ମହିଳା ଫାନରେ ଝୁଲି ପଡ଼ିଥିବା ଜଣାପଡ଼ିଛି । ମହିଳାଙ୍କ ନାମ ଯାଜ୍ଞସେନୀ ଜାଲି ହୋଇଥିବା ବେଳେ ଦୁଇ ବର୍ଷ ତଳେ ସେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଂଚଳର ରାମଚନ୍ଦ୍ର ସେଠୀଙ୍କୁ ବିବାହ କରିଥିଲେ । ଶାଶୁ ଘରେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଥାନାରେ ଅଭିଯୋଗ ପରିବର୍ତ୍ତେ ଯୋଗୁଁ ଶାଶୁ ଘର ଲୋକେ ଯାଜ୍ଞସେନୀଙ୍କୁ ଦୋଷ ଦେବା ସହ ମାନସିକ ନିର୍ଯାତନା ଦେଉଥିଲେ । ଅତିଷ୍ଠ ହେବାରୁ ମହିଳା ତାଙ୍କ ବାପା ମାଆଙ୍କୁ ନିଜ ଶାଶୁଘର ଡାକି ତାଙ୍କ ଉପରେ ନିର୍ଯାତନା ହେଉଥିବା କହି ତାଙ୍କ ସହ ବାପ ଘରକୁ ଆସିଥିଲେ । କିନ୍ତୁ ଆଜି ହଠାତ୍ ଏକ ଫୋନ୍ କଲ୍ ଆସିବା ପରେ ଯାଜ୍ଞସେନୀ ଚିନ୍ତିତ ହୋଇ ପଡ଼ିଥିଲେ ପରେ ଘରେ କେହି ନଥିବା ସମୟରେ ନିଜ ସାତ ମାସର ପୁଅକୁ ବାହାରେ ଛାଡ଼ି ଘର ଭିତରେ ଓଢ଼ଣି ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ । ଘରକୁ ବାପା ମାଆ ଓ ସମ୍ପର୍କୀୟ ମାନେ ଫେରି ଦେଖିବା ବେଳକୁ ମହିଳା ଜଣଙ୍କ ଝୁଲି ରହିଥିବା ଦେଖି ତାଙ୍କୁ କାଢ଼ିବା ସହ ପୋଲିସ୍‌କୁ ଖବର ଦେଇଥିଲେ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରି ମୃତ୍ୟୁର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!