ବାରଙ୍ଗ, (ବାଘୁଆବାର୍ତ୍ତା): ମହିଳା ସେବିକାଙ୍କୁ ଅତ୍ୟାଚାର କରିବା ସହ ବନ୍ଧକ ରଖିଲେ ମାଲିକ। ଉଦ୍ଧାର ପାଇଁ ଯାଇଥିବା ପୁଲିସକୁ ଘର ମାଲିକ ନକରି ପୁଲିସ୍ କହି ଦେଲେ ଗାଳି ଗୁଲଜ। ଦୀର୍ଘ ସମୟର ଅପରେସନ ପରେ ମହିଳା ସେବିକାଙ୍କୁ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ପୋଲିସ୍। ଉଦ୍ଧାର ବେଳେ ସବ୍ ଇନ୍ସପେକ୍ଟରଙ୍କୁ ସ୍କୃ ଡ୍ରାଇଭରରେ ଆକ୍ରମଣ କଲେ ଘର ମାଲିକ। ଆକ୍ରମଣରେ ସବ ଇନ୍ସପେକ୍ଟର ଆହାତ। ସୂଚନା ଅନୁସାରେ ଶ୍ରୀ ବିହାର ସ୍ଥିତ ଶବର ସାହିରେ ରହିଥିବା ମହିଳା ୬ ମାସ ବିଶ୍ଵଦର୍ଶୀଙ୍କ ଘରେ କାମ କରିଥିଲେ। କିନ୍ତୁ ହଠାତ୍ ଆଜି ଚୋରି କରୁଥିବା ଅଭିଯୋଗ ଆଣି ମହିଳା ସେବିକାଙ୍କୁ ତାଲା ପକେଇ ଦେଇଥିଲେ। ଦୀର୍ଘ ସମୟ ଧରି ଘର ନ ଖୋଲିବାରୁ ମହିଳା ଜଣକ ତାଙ୍କ ପରିବାର ଏବଂ ପିସିଆରକୁ ଖବର ଦେଇଥିଲେ। ପ୍ରଥମେ ଘଟଣା ସ୍ଥଳରେ ପିସିଆର ଏବଂ ପରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପହଞ୍ଚିଥିଲେ ମଧ୍ୟ ଘର ଖୋଲି ନଥିଲେ ବିଶ୍ଵଦର୍ଶି। ପରେ ଗ୍ରିଲ୍ କାଟିବା ସହ କବାଟ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ଏଥିରେ ରାଗିଯାଇ ଘର ମାଲିକ ବିଶ୍ୱଦର୍ଶୀ ଲେଡି ପୁଲିସ୍ ଅଫିସରଙ୍କୁ ସ୍କୃ ଡ୍ରାଇଭରରେ ଅତର୍କିତ ଆକ୍ରମଣ କରିଥିଲେ। ଏନେଇ ଉଭୟ ମହିଳା ସେବିକା ଓ ପୁଲିସ୍ ପକ୍ଷରୁ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍।





