ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ସୁଚନାନୁସାରେ ଚାନ୍ଦପୁର ଥାନାର ସବ୍ଇନିସ୍ପେକ୍ଟର ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚାନ୍ଦପୁର ଅଞ୍ଚଳର ମଧୁବନ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । କନ୍ଧ ନୟାଗଡ଼ ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ଗଣେଷ ବେହେରାଙ୍କ ଠାରୁ ୨୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ଯାହାର ମୁଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ । ସେ ବ୍ରାଉନ ସୁଗାର ଧରି ବିଭିନ୍ନ ସ୍ଥାନରେ ବେପାର କରୁଥିଲେ । ଚାନ୍ଦପୁର ଥାନା ପୁଲିସ ପକ୍ଷରୁ କେସ ନଂ – ୮/୨୦୨୫ ରେ ମାମଲା ରୁଜୁ କରାଯାଇ ଗଣେଷ ବେହେରାଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି । ଚାନ୍ଦପୁର ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ସୁୁଚନା ଦେଇଛନ୍ତି ।





