Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଣ୍ଡିଗଡ଼ ମେୟର ନିର୍ବାଚନ, ଇଣ୍ଡିଆ ମେଣ୍ଟର ଅଧୀକ ସଂଖ୍ୟା ଥାଇବି ହାରିଲା

by ସଞ୍ଜୟ ସ୍ୱାଇଁ
January 30, 2024
in NATIONAL NEWS, Politics
ଚଣ୍ଡିଗଡ଼ ମେୟର ନିର୍ବାଚନ, ଇଣ୍ଡିଆ ମେଣ୍ଟର ଅଧୀକ ସଂଖ୍ୟା ଥାଇବି ହାରିଲା
243
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଫଳାଫଳ ପରେ ବଡ଼ ଧରଣର ହଙ୍ଗାମା। ମଙ୍ଗଳବାର ଅନୁଷ୍ଠିତ ମେୟର, ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର (ଚଣ୍ଡିଗଡ଼ ମେୟର ନିର୍ବାଚନ ୨୦୨୪) ନିର୍ବାଚନରେ ବିଜେପି ବିଜୟ ହାସଲ କରିଛି। ଆପ୍‌ର ମେୟର ପ୍ରାର୍ଥୀ କୁଲଦୀପ ଟିଟା ନିର୍ବାଚନରେ ପରାଜୟ ପରେ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ ନିରାଶ ହୋଇଥିବାର ଦେଖାଯାଉଥିଲେ ଏବଂ ଗଣମାଧ୍ୟମ ଆଗରେ ଲୁହ ପୋଛିଥିବାର ଦେଖାଯାଇଥିଲା। ମିଳିତ ପ୍ରାର୍ଥୀ କୁଲଦୀପ ଟିଟା କହିଛନ୍ତି ଯେ ଯାହା ଘଟିଛି ତାହା ସମସ୍ତେ ଦେଖିଛନ୍ତି ଏବଂ ସେ ହାଇକୋର୍ଟ ଯିବେ। ନିର୍ବାଚନରେ କୌଣସି ପ୍ରକ୍ରିୟା ପାଳନ କରାଯାଇନଥିବା ଅଭିଯୋଗ ହୋଇଛି।

ସେଠାରେ ଚାପ ରହିଛି। ଆମର ୨୦ଟି ଭୋଟ୍ ଥିଲା, କିନ୍ତୁ ଆଶ୍ଚର‌୍ୟ୍ୟଜନକ ଭାବେ ଆମର ୮ଟି ଭୋଟ୍ ଖାରଜ କରାଯାଇଛି। ନିର୍ବାଚନ ଘମାସନ ପରେ ଆମ୍ ଆଦମୀ ପାର୍ଟି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଛନ୍ତି। ମେୟର ପ୍ରାର୍ଥୀ ଟିଟା ମେଣ୍ଟ ପକ୍ଷରୁ ଏହି ଆବେଦନ କରାଯାଇଛି। ନିର୍ବାଚନ ଫଳାଫଳର ରେକର୍ଡକୁ ସିଲ୍ କରିବା ଏବଂ ତୁରନ୍ତ ଏହି ପିଟିସନର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତେବେ ହାଇକୋର୍ଟ ମଙ୍ଗଳବାର ଦିନ ଏହାର ଶୁଣାଣି କରିବାକୁ ମନା କରି କହିଛନ୍ତି ଯେ ବୁଧବାର ଦିନ ଏହି ଆବେଦନ ଶୁଣାଣି ହେବ। କୁଲଦୀପ ଟିଟାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳା କାଉନସିଲର ମଧ୍ୟ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ମେୟର ନିର୍ବାଚନରେ ବିଜେପିର ମନୋଜ ସୋନକର, ଡେପୁଟି ମେୟର ପାଇଁ ରାଜିନ୍ଦର କୁମାର ଏବଂ ସିନିୟର ଡେପୁଟି ମେୟର ନିର୍ବାଚନରେ ବିଜେପିର କୁଲଜିତ ସାନ୍ଧୁ ବିଜୟୀ ହୋଇଛନ୍ତି। ମେୟର ନିର୍ବାଚନ ବ୍ୟତୀତ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଡେପୁଟି ମେୟର ଏବଂ ବରିଷ୍ଠ ଡେପୁଟି ମେୟର ନିର୍ବାଚନକୁ ବଏକଟ୍ କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!