ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଡ. ପୋମା ଟୁଡୁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାରେ କରୋନା ଚିକିତ୍ସା ପାଇଁ ରହିଥିବା ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର୍ ଏବଂ ସମ୍ ହସ୍ପିଟାଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ଆଜି ଚାନ୍ଦପୁରଠାରେ ସମ୍ ହସ୍ପିଟାଲର ଏକ ପ୍ରତିନିଧି ଦଳ ପହଂଚିଥିଲେ । ଡା. ବସନ୍ତ କୁମାର ପତି, ଡା. ମନୋଜ କୁମାର ଏବଂ ଡା. ଶଶାଙ୍କ ଶେଖର ମିଶ୍ର ଚାନ୍ଦପୁର ଆସି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ରଣପୁର ସ୍ଥାନୀୟ ବିଧାୟକ ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଂଜିତା ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ରୋଗୀଙ୍କୁ ଚିକିତ୍ସା ସୁବିଧା, ଖାଇବା ପ୍ରଭୃତି ସଂମ୍ପର୍କରେ ବିସ୍ତୁୃତ ଆଲୋଚନା କରାଯାଇ ଏମ୍ଓୟୁ ସ୍ୱାକ୍ଷର କରାଯାଇଛି । ଆଜିଠାରୁ କୋଭିଡ୍ ସଂକ୍ରାନ୍ତୀୟ ସମସ୍ତ ସମସ୍ୟାକୁ ସମ୍ ହସ୍ପିଟାଲ କତ୍ତୁପକ୍ଷ ପରିଚାଳନ କରିବେ ବୋଲି ଜଣାଯାଇଛି ।






