ନୟାଗଡ଼(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚାନ୍ଦପୁର କୋଭିଡ୍ ହସ୍ପିଟାଲରୁ ଆଜି ଜଣେ ରୋଗୀ ନିଖୋଜ ଥିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ପ୍ରଦୀପ୍ତ ଶତପଥି କରୋନା ଆକ୍ରାନ୍ତ ହୋଇଥିଲେ । ଗତକାଲି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚାନ୍ଦପୁର କୋଭିଡ୍ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲର ୱାର୍ଡ଼ ନଂ ୨ରେ ଥିବା ୪୩ ନଂ ବେଡରେ ପ୍ରଦୀପ୍ତଙ୍କୁ ରଖା ଯାଇଥିଲା । ଆଜି ପରିବାର ଲୋକେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ଆସିଥିବା ବେଳେ ପ୍ରଦୀପ୍ତ ତାଙ୍କ ବେଡରେ ନଥିବା ସୂଚନା ମିଳିଥିଲା । ଏପରିକି ଦୀର୍ଘସମୟ ଧରି ହସ୍ପିଟାଲ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଦୀପ୍ତଙ୍କ ନିଖୋଜ ସଂମ୍ପର୍କରେ କୈାଣସି ସୂଚନା ମିଳିନଥିଲା । ଏହାକୁ ନେଇ ପଦୀପ୍ତଙ୍କ ପôତୀ ନମିତା ରାଣୀ ଶତପଥି ଚାନ୍ଦପୁର ଥାନାରେ ଳିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏହି ଘଟଣାରୁ ପ୍ରଶାସନ ଏବଂ କୋଭିଡ୍ ହସ୍ପିଟାଲ ପରିଚାଳନା କର୍ତ୍ତୁପକ୍ଷ ରୋଗୀଙ୍କ ପାଇଁ କେତେ ଯôତବାନ ବେଶ ବୁଝା ପଡ଼ୁଛି ।






