ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶ୍ରୀ ଲିଙ୍ଗରାଜ ଦେବଙ୍କ ଚନ୍ଦନଯାତ୍ରା ପାଇଁ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏଣିକି ଚନ୍ଦନଯାତ୍ରା କରିବା ପାଇଁ ମିଳିଲା ଅନୁମତି । ବିନା ଭକ୍ତରେ ଚନ୍ଦନଯାତ୍ରା କରିବା ପାଇଁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ସୂଚନାନୁସାରେ, ପ୍ରଭୂ ଶ୍ରୀ ଲିଙ୍ଗରାଜ ଦେବଙ୍କ ଚନ୍ଦନଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଏମସିକୁ ଅନୁମତି ମାଗିଥିଲେ । ତେବେ କୋଭିଡ୍ କଟକଣା ଭିତରେ ଚନ୍ଦନଯାତ୍ରା ହେବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ଆଜି ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିନା ଭକ୍ତରେ ଚନ୍ଦନ ଯାତ୍ରା କରିବା ପାଇଁ ବିଏମସି ପକ୍ଷରୁ ଅନୁମତି ମିଳିଛି ।






