ନୟାଗଡ଼ (ବାଘୁଆବାର୍ତ୍ତା): ବିଭିନ୍ନ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ୬ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଚନ୍ଦକା ଥାନାର ଏକ ଟିମ କୋଣାର୍କ ଆସି କୋଣାର୍କସ୍ଥିତ ଡାଳିମ୍ବ ଗୋରାଡି ଗାଁରୁ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ସହ ସେ ବ୍ୟବହାର କରୁଥିବା ଏକ ବାଇକ ମଧ୍ୟ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଭୁବନେଶ୍ୱରରୁ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋଣାର୍କରୁ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଚନ୍ଦନ ଜେନା । ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଭୁବନେଶ୍ୱର, କଟକ, ପୁରୀ, ନିମାପଡ଼ା, ପିପିଲି, ଗୋପ ଓ କୋଣାର୍କ ଆଦି ଅଞ୍ଚଳରୁ ମୋବାଇଲ, ସୁନା ଗହଣା ଓ ଅନ୍ୟ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଜଡିତ ଥିଲେ ।





