Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନର୍ସଙ୍କୁ ଡାକ୍ତରଙ୍କ ଅଶ୍ଳୀଳ ଇଙ୍ଗିତ, ରସିକିଆ ଡାକ୍ତରଙ୍କ ନାମରେ ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
May 25, 2023
in Crime, State
ନର୍ସଙ୍କୁ ଡାକ୍ତରଙ୍କ ଅଶ୍ଳୀଳ ଇଙ୍ଗିତ, ରସିକିଆ ଡାକ୍ତରଙ୍କ ନାମରେ ଥାନାରେ ମାମଲା
327
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ରସିକିଆ ଡ଼ାକ୍ତରଙ୍କ କଳାକାରନାମା ପାଇଁ ଏବେ ହରଡ଼ଘଣାରେ ପଡ଼ିଛି ଚାନ୍ଦବାଲି ମେଡ଼ିକାଲର ପ୍ରସୂତୀ ବିଭାଗ । ପ୍ରସୂତୀ ବିଭାଗର ଡ଼ାକ୍ତରଙ୍କ ବିରୁଦ୍ଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ମେଡ଼ିକାଲରେ କାର‌୍ୟ୍ୟରତ ମହିଳା ନର୍ସ । ମହିଳା ନର୍ସଙ୍କୁ ରସିକିଆ ଡ଼ାକ୍ତର ଜଣଙ୍କ ସବୁ ସମୟରେ ଅଶ୍ଲୀଳ ଇଙ୍ଗିତ ସହ ଏକୁଟିଆ ପାଇଲେ ଟଣାଓଟରା କରିବା, ରାତି ସମୟରେ ଟେଲିଫୋନ ମାଧ୍ୟମରେ ପ୍ରେମ ନିବେଦନ କରିବା ସହ ଗାଳିଗୁଲଜ ଏବଂ କ୍ବାର୍ଟରରେ ପଶି ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଏଥିନେଇ ମହିଳା ନର୍ସ ଗୁରୁବାର ଚାନ୍ଦବାଲି ଥାନାରେ ସଂପୃକ୍ତ ଡ଼ାକ୍ତରଙ୍କ ନାମରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ପୋଲିସ ଅଭିଯୋଗ ଅଧାରରେ ସଂପୃକ୍ତ ମହିଳା ନର୍ସଙ୍କ ବୟାନ ରେକର୍ଡ଼ କରିବା ସହ କୋର୍ଟକୁ ୧୬୪ ପାଇଁ ପଠାଇଛି । ଅନ୍ୟପଟେ ସଂପୃକ୍ତ ଡ଼ାକ୍ତର ଜଣଙ୍କ ପୂର୍ବ ଶତ୍ରୁତା ପାଇଁ ମହିଳା ନର୍ସ ଜଣକ ମିଥ୍ୟ ଅଭିଯୋଗ ଆଣିଛନ୍ତି ବୋଲି ସଫେଇ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!