ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ମଜଭୁତ ହେଉଛି ବିଜେଡ଼ି ସଂଗଠନ । ଧିରେ ଧିରେ ବଢୁଛି ଚାନ୍ଦବାଲି ବିଧାୟକଙ୍କ ଲୋକପ୍ରିୟତା । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବେ ବିଜେଡ଼ି ମୁଁହା ହେଉଛନ୍ତି ଲୋକେ । ଅନ୍ୟପଟେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଦୀର୍ଘ ବର୍ଷ ଧରି ଯେଉଁଭଳି ଭାବରେ ଲୋକଙ୍କ ସାଥିରେ ରହି କାର୍ୟ୍ୟ କରିଛନ୍ତି ଏବଂ ଚାନ୍ଦବାଲି ଅଞ୍ଚଳରେ ଯେଉଁଭଳି ଭାବରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ କରିଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତର ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ତେବେ ଏହି ମିଶ୍ରଣ ପର୍ବଟି ନଳଗୋହିରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ବିଜେଡ଼ିର ଜିଲ୍ଲା ସମ୍ପାଦକ ଆଶୁତୋଷ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି ୩୦ରୁ ଉର୍ଦ୍ଧ୍ବ ପରିବାର । ତେବେ ଦଳରେ ସାମିଲ ହୋଇଥିବା ଲୋକଙ୍କୁ ଫୁଲ ଓ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରାଯାଇଥିବା ବେଳେ ଏହି ମିଶ୍ରଣ ପର୍ବରେ ପଞ୍ଚାୟତ ସଭାପତି ଉପେନ୍ଦ୍ରନାଥ ଭୋଇ, ପ୍ରିନ୍ସ ରାକେଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।





