ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ଶକ୍ତିଶାଳୀ ହେବାକୁ ଯାଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ନୟାଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପତ୍ତିପୁର ପଞ୍ଚାୟତର ପତି ଓ ପତ୍ନି ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଚମ୍ପତ୍ତିପୁର ପଞ୍ଚାୟତରେ ଦିନକୁ ଦିନ ସୁଦୃଢ ହେଉଛି ବିଜେଡ଼ି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଉପରେ ବଢୁଛି ବିଶ୍ୱାସ ଓ ଭରସା । ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ସ୍ୱଚ୍ଛ ଶାସନ, ଗାଁ ଗଣ୍ଡାରେ ଶାନ୍ତି ପ୍ରତିଷ୍ଠା, ସଂସ୍କାର ଆଣିବାକୁ ପାଥୟ କରି ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତ ବିଜେପି ଦଳର ଆଗ ଧାଡ଼ିର ନେତା ଯୁଧିଷ୍ଠିର ସେଠି ଓ ନେତ୍ରୀ ସ୍ନେହଲତା ସେଠି ମକର ସଂକ୍ରାନ୍ତି ସନ୍ଧ୍ୟାରେ ବିଦ୍ଧିବଦ୍ଧ ଭାବେ ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି । ମାନ୍ୟବର ବିଧାୟକ ତାଙ୍କୁ ଦଳର ଯେଉଁ ଦାୟିତ୍ୱ ଦେବେ ତାକୁ ସୁଚାର ଭାବେ ପାଳନ କରିବା ସହ ଚମ୍ପତ୍ତିପୁର ପଞ୍ଚାୟତକୁ ବିଜେଡ଼ିର ଗଡ଼ ପ୍ରସ୍ତୁତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ବିଧାୟକ ଡ଼ ସାହୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ସରୋଜ ରଣସିଂ, ପଞ୍ଚାୟତ ପର୍ୟ୍ୟବେକ୍ଷକ ତଥା ପୂର୍ବତ୍ତନ ସରପଞ୍ଚ ପଦ୍ମଚରଣ ଉଦୟଭାନୁ, ପଞ୍ଚାୟତ ବିଜେଡ଼ି ଉପ ସଭାପତି ଚରଣ ସ୍ୱାଇଁ, ସଂପାଦକ ପ୍ରମୋଦ ମହାନ୍ତି, ସମାଜସେବୀ ବାଞ୍ଛାନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।






