ଭୂବନେଶ୍ୱର (ବାଘୂଆବାର୍ତ୍ତା): କରୋନା ପାଇଁ ଦେଶରେ ଜାରି ହୋଇଥିବା କଟକଣା ସମସ୍ତଙ୍କ ପାଇଁ ସମାନ । ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡ଼ିବ । ଏହି କଥାକୁ ନରୱେ ପୁଲିସ୍ ଠିକ୍ ଭାବେ ପାଳନ କରିଛି । ନରୱେରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଘଂନ କରିଥିବାରୁ ପୁଲିସ୍ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜଙ୍କ ନାଁରେ ଚାଲାଣ କାଟିଛି । ସେ ନିଜର ଜନ୍ମଦିନ ପାଇଁ ପରିବାର ଲୋକଙ୍କ ସହ ପାର୍ଟି କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଇରନା ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଥିଲେ । ଏଥିପାଇଁ ପୁଲିସ୍ ତାଙ୍କ ନାଁରେ ୨୩୫୨ ଡଲାରର ଚାଲାଣ କାଟିଛି । ଏ ସମ୍ପର୍କରେ ପୁଲିସ୍ ମୁଖ୍ୟ ଓଲେ ସାଇଭେରୁଡ ସୂଚନା ଦେଇଛନ୍ତି ।






