Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାକିରି କରାଇଦେବା ନାମରେ ଲୋକଙ୍କୁ ଠକି, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
November 11, 2019
in Breaking, Crime, State
20
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଚାକିରୀ କରାଇଦେବା ନାମରେ ଯୁବକ ମାନଙ୍କଠାରୁ ଟଙ୍କା ଠକି ନେଇଥିବା ବ୍ୟକ୍ତି ରଣପୁର ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ନୟାଗଡ ନିକଟସ୍ଥ ବାରବାଟି ଗ୍ରାମର ଦିନବନ୍ଧୁ ସାହୁ ଓରଫ୍ ନିଲୁ । ସୂଚନାନୁସାରେ, ନିଲୁ ରଣପୁର ,ଲୋଧାଚୁଆ ଓ ଗୋପାଳପୁର ଆଦି ଅଂଚଳରୁ ପ୍ରାୟ ୩୮ଜଣରୁ ଉଦ୍ଧ୍ୱର୍ ଯୁବକଙ୍କଠାରୁ ଚାକିରୀ କରାଇଦେବା ବାହାନା କରି ଟଙ୍କା ଠକି ନେଇଥିଲେ । ଏସଆଇଏସ ନାମକ ଏକ ସିକ୍ୟୁରିଟି ସଂସ୍ଥା ମାଧ୍ୟମରେ ମାସିକ ୧୦ହଜାର ୫ଶହ ଟଙ୍କା ଦରମାରେ ଆଖପାଖ ଡାକ୍ତରଖାନା ମାନଙ୍କରେ ସିକ୍ୟୁରିିଟି ଗାର୍ଡ ନିଯୁକ୍ତି ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ । ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପୁର୍ବରୁ ଡ୍ରେସ୍ ପାଇଁ ୫ ହଜାର ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ପିଲା ପିଛା ଆଦାୟ କରି ନେଇଥିଲେ । ତା ପରଠାରୁ ସେ ବାବୁଙ୍କର ଆଉ ଦେଖା ନଥିଲା । ମୋବାଇଲ୍ ଫୋନ କୁ ଫୋନ କଲେ ସବୁବେଳେ ସୁଇଚ୍ ଅଫ୍ ରହୁଥିଲା । ଫଳରେ ଟଙ୍କା ଦେଇଥିବା ପିଲା ମାନେ ହତାଶ ହୋଇ ପଡିଥିଲେ । ଗତ କାଲି ନୟାଗଡ ଜିଲ୍ଲା ଲାଠିପଡା ଅଂଚଳରୁ ସେହି ଯୁବକ ଅଭିନବ ଉପାୟରେ ଅନ୍ୟ ପିାଲଙ୍କଠାରୁ ଟଙ୍କା ଆଦାୟ କରୁଥିବା ଖବର ପାଇ ରଣପୁର ଅଂଚଳରୁ ଟଙ୍କା ଦେଇଥିବା ପିଲାମାନେ ସେଠାରେ ପହଁଚି ସେହି ଠକ ଯୁବକକୁ ଧରି ନେଇଥିଲେ । ଯୁବକକୁ ରଣପୁର ପୋଲିସ୍ ନିକଟରେ ହାଜର କରାଇଥିଲେ । ଠକାମିରେ ଶିକାର ହୋଇଥିବା ଯୁବକ ମାନଙ୍କଠାରୁ ଏତଲା ପାଇ ପୋଲିସ୍ ଠକେଇ ଅଭିଯୋଗରେ ନିଲୁ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଯୁବକର ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ଯୁବକକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!