ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଇଟାମାଟି ଥାନା ପୁଲିସ ଆଜି ଚକା ଚୋରୀ ଅଭିଯୋଗରେ ୨ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଚୋରୀ ସାମଗ୍ରୀ କିଣିଥିବା ହାଇୱା ମାଲିକକୁ ଗିରଫ କରାଯାଇଛି । ସୂଚନାନୁସାରେ, ଡିସେମ୍ବର ମାସ ୭ ତାରିଖରେ ଦିପକ କୁମାର ବେହେରା ନାକ ଜଣେ ବ୍ୟକ୍ତି ଏକ ଟ୍ରକ ଡେଙ୍ଗେରାଗୋଡ଼ି ନିକଟରେ ପାର୍କିଂ କରିଥିଲେ । ଏହି ଦିନ ତାଙ୍କ ଟ୍ରକରୁ ୪ଟି ଚକାକୁ ଚୋରୀ କରାଯାଇଥିବା ଦିପକ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ଏହି ଚକା ଗୁଡ଼ିକ ନୟାଗଡ଼ ସଦରଥାନା ଅନ୍ତର୍ଗତ ବୋଦାପଡ଼ା ଗ୍ରାମର ଗୋପୀନାଥ ଷଣ୍ଢଙ୍କ ହାଇୱାରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଏହି ହାଇୱା ଜବତ କରିବା ସହ ଗୋପୀନାଥଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଚକା ଚୋରୀ ମାମଲାରେ ଇଟମାଟି ଜଗତିପାଟଣାର ଲକ୍ଷ୍ମୀଧର ମଲ୍ଲିକ, ଯୌତୁକସାହିର ଗୋବର୍ଦ୍ଧନ ସ୍ୱାଇଁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






