Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶତକ ମାରିଲେ ବିରାଟ କୋହଲି

by ସଞ୍ଜୟ ସ୍ୱାଇଁ
March 12, 2023
in NATIONAL NEWS, Sports
ଶତକ ମାରିଲେ ବିରାଟ କୋହଲି
106
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଶେଷ ତଥା ଚତୁର୍ଥ ମ୍ୟାଚ୍ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୭୫ଟି ଶତକ ପୂରଣ କରିଛନ୍ତି। ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-ଟ୍ୱେଣ୍ଟିର ଗୋଟିଏ ଶତକ ରହିଛି। ବିରାଟ ଏବେ ବି କ୍ରିଜ୍‌ରେ ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଭାରତ ତା’ର ପ୍ରଥମ ଇନିଂସ୍‌ରେ ୫ଟି ୱିକେଟ୍ ହରାଇ ୪୧୬ ରନ୍ ସଂଗ୍ରହ କରିଛି। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୩ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଜେଡ଼େଜା ଶୀଘ୍ର ଆଟ୍ ହୋଇଯାଇଥିଲେ। ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍‌ରେ ୨୮ ରନ୍ କରି ସେ ଟୋଡ୍ ମର୍ଫିଙ୍କ ବଲ୍‌ରେ ଉସ୍‌ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଜାଡ଼େଜା ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ ଶ୍ରୀକର ଭରତ। ବିରାଟ କୋହଲି ଓ ଭରତଙ୍କ ମଧ୍ୟରେ ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ସେମାନଙ୍କ ମଧ୍ୟରେ ୮୪ ରନ୍‌ର ଭାଗୀଦାରି ହୋଇଥିଲା। ୮୮ଟି ବଲ୍‌ରେ ୪୪ ରନ୍ କରି ନାଥନ ଲିୟନଙ୍କ ବଲ୍‌ରେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏବେ ବିରାଟ ଓ ଅକ୍ଷର ପଟେଲ ଯଥାକ୍ରମେ ୧୧୦ ଓ ୧୧ ରନ୍ କରି ଖେଳୁଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୪୮୦ ରନ୍ କରିଛି। ବିରାଟ କୋହଲି ୧୦୮ଟି ଟେଷ୍ଟ ମ୍ୟାଚ୍‌ରୁ ୨୮ଟି ଶତକ କରିଥିବା ବେଳେ ୭ ଥର ୨୦୦ ଓ ୨୮ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଦିନିକିଆରେ ସେ ୨୭୧ଟି ମ୍ୟାଚ୍ ଖେଳିଥିବା ବେଳେ ୪୬ଟି ଶତକ ମାରିଛନ୍ତି। ଦିନିକିଆରେ ସେ ୬୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!