Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡପଡା ବ୍ଳକର ୨ଟି ପଂଚାୟତ ପରିକ୍ରମା କଲା କେନ୍ଦ୍ରୀୟ ଟିମ୍‌

by ସଞ୍ଜୟ ସ୍ୱାଇଁ
September 23, 2020
in Breaking, Feature News, Nayagarh, State
ଖଣ୍ଡପଡା ବ୍ଳକର ୨ଟି ପଂଚାୟତ ପରିକ୍ରମା କଲା କେନ୍ଦ୍ରୀୟ ଟିମ୍‌
321
VIEWS
Share on FacebookShare on Twitter

ଖଣ୍ଡପଡ଼, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅନୁଦାନ ଅର୍ଥରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ କିପରି ଚାଲିଛି ସେ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ କେନ୍ଦ୍ରୀୟ ଟିମ ବୁଧବାର ଖଣ୍ଡପଡ଼ା ବ୍ଳକ ଗସ୍ତ କାର୍ଯ୍ୟକ୍ରମରେ ଆସି ବ୍ଳକ ଅଧିନ ବନମାଳୀପୁର ଓ କୋସକା ପ୍ରଭୁତି ୨ଟି ପଂଚାୟତ ପରିକ୍ରମା କରିଥିବା ବ୍ଳକ ପ୍ରଶାସନ ସୂତ୍ରରୁ ଜଣାଯାଇଛି । ବ୍ଳକ ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଗୁଡିକ ଯଥା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖନନ, ରାସ୍ତାଘାଟର ଉନ୍ନତୀକରଣ ଆଦି କାର୍ଯ୍ୟଗୁଡିକ କେନ୍ଦ୍ରୀୟ ଟିମ ବୁଲି ଦେଖିଥିଲେ । ତେବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ରୀୟ ଟିମ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାଯାଇଛି । ମନରେଗା ଯୋଜନାରେ ଜବକାର୍ଡଧାରୀଙ୍କ ବଦଳରେ ଜେସିବ ମେସିନ ଓ ଟ୍ରାକ୍ଟର ଯୋଗେ କାର୍ଯ୍ୟ ସମାପନ ହୋଇଥିବାରୁ ଉକ୍ତ ଯୋଜନାର ସଫଳ ରୁପାୟନ ହୋଇ ପାରିନଥିବା ନେଇ କେନ୍ଦ୍ରୀୟ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ ଉପକାରୀ ବଗିଚା, ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ କେନ୍ଦ୍ରୀୟ ଟିମ ବ୍ଳକ ପ୍ରଶାସନ ଉପରେ ଖପ୍ପା ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । କେନ୍ଦ୍ରୀୟ ଟିମ ସହ ଖଣ୍ଡପଡା ବିଡିଓ ପ୍ରମୋଦ କୁମାର ନାୟକଙ୍କ ସମେତ ବ୍ଳକ ପ୍ରଶାସନର ବରିଷ୍ଠ ଅଧିକାରୀ ବୃନ୍ଦ ବିଭିନ୍ନ ପଂଚାୟତ ପରିଦର୍ଶନରେ ଯାଇଥିଲେ । ସୂଚନାଯୋଗ୍ୟ କେନ୍ଦ୍ରୀୟ ଟିମ ୫ଟି ପଚାଂୟତ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ ସମୟ ଅଭାବରୁ ୨ଟି ପଚାଂୟତ ପରିକ୍ରମା କରି ଫେରିଯାଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!