Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ ହେବ କେନ୍ଦ୍ରୀୟ ବିଦ୍ୟାଳୟ

by Anil Panda
May 21, 2020
in Education
ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ ହେବ କେନ୍ଦ୍ରୀୟ ବିଦ୍ୟାଳୟ
44
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଲକ୍‌ଡାଉନ୍ ଉଠିଲେ କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ଗୃହକୁ ସ୍ଥାନାନ୍ତରିତ ହେବ ବୋଲି ଜିଲ୍ଲାପାଳ ଡ.ପୋମା ଟୁଡୁ ସୂଚନା ଦେଇଛନ୍ତିି । ଏ ନେଇ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହାଉସିଂବୋର୍ଡ ନିକଟରେ ଥିବା ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ.ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସବିଶେଷ ଆଲୋଚନା କରାଯିବା ସହ ବିଦ୍ୟାଳୟ ନିର୍ମାଣ ତଥା ଆନୁସଙ୍ଗିକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ ଗତ ୨୦୧୨ ମସିହାରୁ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଗତ ବର୍ଷ ଏକାଦଶ ଶ୍ରେଣୀ ଖୋଲିଥିଲା । ତେବେ ଆବଶ୍ୟକ କୋଠରୀ ଅଭାବରୁ ଗତବର୍ଷ ଏକାଦଶରେ ବିଜ୍ଞାନ ବିଷୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ କ୍ଲାସ, କମ୍ପ୍ୟୁଟର କ୍ଲାସ ଆଦି ଆଦୌ ହୋଇ ନଥିଲା । ତା’ଛଡ଼ା ଏଠାରେ ପଢ଼ୁଥିବା ଝିଅପିଲାଙ୍କ ପାଇଁ ପରିଶ୍ରାଗାର କିମ୍ବା ଶୌଚାଳୟର ସୁବିଧା ନଥିବାରୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍ୟପକ୍ଷରେ ବିଦ୍ୟାଳୟ ସାମନାରେ ବସ୍‌ଷ୍ଟପ ରହିଥିବାରୁ ଏଠାରେ ଦିନଦ୍ୱିପ୍ରହର ସବୁବେଳେ ଗହଳିଚହଳି ଏବଂ ଶବ୍ଦ ପ୍ରଦୂଷଣ ଲାଗି ରହିବା ସହ ପିଲାଙ୍କ ପାଠପଢ଼ାରେ ବହୁତ ଅସୁବିଧା ହେଉଥବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଅଭିଯୋଗ କରୁଥିବା ବେଳେ ଏନେଇ ଅଭିଭାବକ ସଂଘ ପକ୍ଷରୁ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ବିଦ୍ୟାଳୟକୁ ନୂତନ ଗୃହକୁ ସ୍ଥାନାନ୍ତର ପାଇଁ ଦାବି କରାଯାଇ ଆସୁଥିଲା । ଆଜିର ଏହି ବୈଠକରେ ବିଦ୍ୟାଳୟ ଅଧ୍ୟକ୍ଷ ଏ.ଶ୍ରୀନିବାସନ,ଅଭିଭାବକ ମହାସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ ଦାସ, ସଂଯୋଜକ ଗୌରୀଶଙ୍କର ଦାସ, ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଏବଂ ଅଭିଭାବକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!