Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୨୫ରେ ଆରମ୍ଭ ହୋଇପାରେ ଜନଗଣନା

by ସଞ୍ଜୟ ସ୍ୱାଇଁ
October 28, 2024
in NATIONAL NEWS, State
୨୦୨୫ରେ ଆରମ୍ଭ ହୋଇପାରେ ଜନଗଣନା
128
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆସନ୍ତା ବର୍ଷରୁ ଦେଶରେ ଆରମ୍ଭ ହୋଇପାରେ ଜନଗଣନା । ଦୀର୍ଘ ୪ ବର୍ଷ ପରେ ୨୦୨୫ରୁ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ତରଫରୁ ଜନଗଣନା କରାଯିବା ସମ୍ପର୍କରେ ଏଭଳି କିଛି ବଡ଼ ତଥ୍ୟ ସାମ୍ନାକୁ ଆସିଛି । କରୋନା ମହାମାରୀ ହେତୁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ତେବେ ଆସନ୍ତା ବର୍ଷ ୨୦୨୫ରୁ ଏହା ପୁଣି ଆରମ୍ଭ ହେବ । ୨୦୨୬ ପର୍ଯ୍ୟନ୍ତ ଏହି ଜନଗଣନା ଚାଲିବ ବୋଲି ମିଳିଥିବା ସୂତ୍ରରୁ ପ୍ରକାଶ ପାଇଛି । ସୂଚନାଥାଉକି, ବର୍ତ୍ତମାନ ଜନଗଣନା ଚକ୍ର ବଦଳିଯିବା ନେଇ ଆଶଙ୍କା ରହିଛି। କହିବାକୁ ଗଲେ ପ୍ରତି ଦଶ ବର୍ଷରେ ଜନଗଣନା କରାଯାଉଥିଲା । ଯେମିତିକି, ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ଏବେ ୨୦୨୫ରେ ଜନଗଣନା ହେଲେ ପରବର୍ତ୍ତୀ ଜନଗଣନା ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫- ଏହି କ୍ରମରେ ହେବ। ଜନଗଣନା ଶେଷ ହେବା ପରେ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ ଆରମ୍ଭ ହେବ। ୨୦୨୮ ସୁଦ୍ଧା ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବାର ସମ୍ଭାବନା ଅଛି। ବହୁ ବିରୋଧୀ ଦଳର ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି ରହିଛି, କିନ୍ତୁ ସରକାର ଏ ବାବଦରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଜନଗଣନା ପ୍ରକ୍ରିୟାର ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଜନଗଣନାରେ ସାଧାରଣତଃ ଧର୍ମ ଏବଂ ଶ୍ରେଣୀ ପଚରାଯାଏ। ସାଧାରଣ, ଅନୁସୂଚିତ ଜାତି ଏବଂ ଜନଜାତି ଗଣନା କରାଯାଏ। ଏହା କୁହାଯାଉଛି ଯେ, ଏଥର ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ମଧ୍ୟ ପଚରା ଯାଇପାରିବ। ପରବର୍ତ୍ତୀ ଜନଗଣନା ରାଉଣ୍ଡରେ ସାଧାରଣ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗଣନା ତଥା ଧର୍ମ ଏବଂ ସାମାଜିକ ଶ୍ରେଣୀ ଉପରେ ସର୍ଭେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!