ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ରେ ଖେଳିବେ ଷ୍ଟାର, ସୁପର ଷ୍ଟାର । ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି ସି ଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଙ୍ଗଲ ସେଲିବ୍ରିଟି କ୍ରିକେଟ ର କଟକ ବାରବାଟୀ ହୋମ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି । ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ । ଫେବୃଆରୀ ୧୧ ରୁ ବାରବାଟୀ ରେ ଟିକେଟ ମିଳିବା ଆରମ୍ଭ ହୋଇଛି । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ । ୧୬ରେ ପଞ୍ଜାବ ଦ ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ । ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଆଉ ଗୋଟିଏ ମ୍ୟାଚ ହେବ । ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳୁଥିବାର ଦର୍ଶକ ଦେଖିବେ ।