ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ସୁପରଭାଇଜରଙ୍କୁ ମାଡ଼ ମାରିଲେ ସିଡିପିଓ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ଘଟିଛି । ଯାଜପୁର ଜିଲ୍ଲା ବଡ଼ଚଣା ଆଇସିଡିଏସ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜରଙ୍କୁ ସିଡିପିଓ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ସୁପରଭାଇଜର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁରୁବାର ଅଫିସ ସମୟରେ ସୁପରଭାଇଜରଙ୍କ ସହ ସିଡିପିଓଙ୍କର କଥା କଟାକଟି ହୋଇଥିଲା । ସିଡିପିଓ ସୁପରଭାଇଜରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ବିଭିନ୍ନ ସମୟରେ ସିଡିପିଓ ବାରମ୍ବାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଏନେଇ ସୁପରଭାଇଜର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଏ ନେଇ ସିଡିପିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।





