Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ:ନୋତର ଆଦର୍ଶ ବିଦ୍ୟାଳୟର ସଫଳତା:ବାଣିଜ୍ୟରେ ଜ୍ଯୋତି ରଞ୍ଜନ ପ୍ରଥମ

by ସଞ୍ଜୟ ସ୍ୱାଇଁ
May 14, 2026
in Education, Nayagarh
ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ:ନୋତର ଆଦର୍ଶ ବିଦ୍ୟାଳୟର ସଫଳତା:ବାଣିଜ୍ୟରେ ଜ୍ଯୋତି ରଞ୍ଜନ ପ୍ରଥମ
208
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ସର୍ବ ଭାରତୀୟ ସ୍ତରରେ ୨୦୨୫-୨୬ ଶିକ୍ଷାବର୍ଷରେ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ୮୫.୨୦% ପାସ୍‌ ହାର ଥିଲାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର, ନୟାଗଡ଼ର ଫଳାଫଳ ବାଣିଜ୍ୟ ବିଭାଗରେ ଶତ ପ୍ରତିଶତ ଏବଂ ବିଜ୍ଞାନ ବିଭାଗରେ ୯୧.୪୮% ପାସ୍‌ ହାର ରଖ୍ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବାନିତ କରିଛନ୍ତି। ବିଦ୍ୟାଳୟର ସଫଳତା ଶିକ୍ଷକମାନଙ୍କର ନିଷ୍ଠା, ଅଭିଭାବକଙ୍କ ସ‌ହ‌ଯୋଗ ଓ ଛାତ୍ରଛାତ୍ରୀଙ୍କ ଅକ୍ଷୟ ପରିଶ୍ରମର ଫଳ। ବାଣିଜ୍ୟ ବିଭାଗରେ ରେ ମୋଟ ୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସମସ୍ତେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜ୍ୟୋତିରଞ୍ଜନ ପାତ୍ର ୪୬୨ ନମ୍ବର ସହ ୯୨.୪୦% ଅର୍ଜନ କରି ବାଣିଜ୍ୟ ବିଭାଗରେ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ମୋଟ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ଅଧିକାଂଶ ଛାତ୍ରଛାତ୍ରୀ ଭଲ ନମ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସତ୍ୟବ୍ରତ ମହାପାତ୍ର ୪୪୭ ନମ୍ବର ସହ ୮୯.୪୦% ଅର୍ଜନ କରି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ପାର୍ଥ ସାରଥୀ ପଣ୍ଡା ୮୫.୮୦% ଓ ପାୟଲ ଶତପଥୀ ୮୪.୬୦% ନମ୍ବର ପାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟଛନ୍ତି। ବିଦ୍ୟାଳୟର ପ୍ରଧାନ ଅଧ୍ଯକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ବିଦ୍ୟାଳୟ ପରିବାର ପାଇଁ ଗର୍ବ ଗୌରବର ବିଷୟ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ପ୍ରଧାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!