Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀ, ଅଫଲାଇନ ପରୀକ୍ଷା ନ ହେଉ

by ସଞ୍ଜୟ ସ୍ୱାଇଁ
May 26, 2021
in NATIONAL NEWS
ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଛାତ୍ରଛାତ୍ରୀ, ଅଫଲାଇନ ପରୀକ୍ଷା ନ ହେଉ
166
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୩୦୦ ଛାତ୍ରଛାତ୍ରୀ ପ୍ରଧାନ ବିଚାରପତି ଏଲଭି ରମନ୍ନାଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ସିବିଏସଇ ଦ୍ୱାଦଶ ପରୀକ୍ଷା କେନ୍ଦ୍ର ବା ଅଫଲାଇନରେ ନକରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିରେ ଉଲ୍ଲେଖ ଅଛି ଯେ, ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଅନେକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ଲୋକ ଓ ମାତାପିତାଙ୍କୁ ହରାଇଛନ୍ତି । ପରିସ୍ଥିତି ଘର ଭିତରେ ରହିବାକୁ ବାଧ୍ୟ କରୁଛି । ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀ କରୋନାର ଦ୍ୱିତୀୟ ଲହର ମଧ୍ୟ ଭାଗରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ନେଇ ଭୟ ଓ ଆଶଙ୍କା ରହିଛନ୍ତି । ଏପରି ସ୍ଥିତିରେ ପରୀକ୍ଷା କରାଗଲେ ପରୀକ୍ଷା କେନ୍ଦ୍ର ହିଁ କୋଭିଡ ହସସ୍ପଟ ପାଲଟିବାର ସମ୍ଭାବନା ରହିଛି । ଯଦି ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୁଅନ୍ତି ତେବେ ସରକାର ଓ ସିବିଏସଇ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏପରି ଜଟିଳ ସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ସମ୍ଭାବ୍ୟ ଆୟୋଜନକୁ ଛାତ୍ରଛାତ୍ରୀ ମାନେ ନିନ୍ଦା କରିଛନ୍ତି । ଏହାସହ ଅନଲାଇନ ପରୀକ୍ଷା ଓ ଅନ୍ୟ ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାୟନ କରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଳେ । ଏଥିରେ ସମସ୍ତ ବୋର୍ଡ ପରୀକ୍ଷା ବାବଦରେ ଚର୍ଚ୍ଚା ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ମଧ୍ୟ ସମସ୍ତ ରାଜ୍ୟକୁ ପରୀକ୍ଷା ଆୟୋଜନ ନେଇ ମତାମତ ଓ ପରାମର୍ଶ ମାଗିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!