ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜିଠାରୁ CBSE ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହେବ । ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି । ଆଡମିଟ୍ କାର୍ଡ ଆଣିନଥିଲେ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ । ତେବେ ପରୀକ୍ଷା ହଲ୍ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ କୌଣସି ଜିନିଷ ଦେବା ନେବା କରିପାରିବେ ନାହିଁ । ଛାତ୍ରଛାତ୍ରୀ ପରୀକ୍ଷା ହଲ୍ ଭିତରକୁ କୌଣସି ବୈଦ୍ୟୁତିକ ସାମଗ୍ରୀ ନଆଣିବା ପାଇଁ ସିବିଏସଇ ବାରଣ କରିଛି । ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ସରିବାକୁ ଥିବା ବେଳେ ଦ୍ବାଦଶ ପରୀକ୍ଷା ଏପ୍ରିଲ୍ ୨ ତାରିଖରେ ସରିବ । ଚଲିତବର୍ଷ ଭାରତ ଏବଂ ୨୬ଟି ଦେଶରୁ ୩୯ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।





