Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍

by ସଞ୍ଜୟ ସ୍ୱାଇଁ
December 1, 2023
in Education, State
ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପିଲାମାନଙ୍କୁ ମିଳିବ ନାହିଁ କୌଣସି ରାଙ୍କ କି ଡିଭିଜନ୍
276
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିବିଏସଇ ବୋର୍ଡ ତରଫରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏହି ବିଜ୍ଞପ୍ତି ମୁତାବକ ୨୦୨୪ ଶିକ୍ଷାବର୍ଷ ଠାରୁ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ଡିଭିଜନ, ରାଙ୍କ କିମ୍ବା ଏଗ୍ରିଗେଟ୍ ମାର୍କସ୍ ଦିଆଯିବ ନାହିଁ । ନୂଆ ଶିକ୍ଷାନୀତି ୨୦୨୦ ଲାଗୁ ହେବା ପରେ ଶିକ୍ଷା ବିଭାଗରେ ଅନେକ ପ୍ରକାର ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ ସିବିଏସଇ ବୋର୍ଡ ଏଭଳି ପଦକ୍ଷେପ ନେଇଛି । ବୋର୍ଡ ତରଫରୁ କୁହାଯାଇଛି ଯେ, ଏହି ନିୟମ ଲାଗୁ ହେବାପରେ ଛାତ୍ରଛାତ୍ରୀମାନଙ୍କ ଉପରୁ ଚାପ କମିବ ଓ ସେମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ । ସିବିଏସଇ ବୋର୍ଡ ୨୦୨୪ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ କୌଣସି ପ୍ରକାର ଡିଭିନ, ଡିଷ୍ଟିଙ୍ଗସନ କିମ୍ବା ଏଗ୍ରିଗେଟ ଦେବ ନାହିଁ । ଏହା ବ୍ୟତୀତ ବୋର୍ଡ ଏହା ବି ସ୍ପଷ୍ଟ କରିଛି କି, ୧୦ମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ମାର୍କ ପ୍ରତିଶତ ମଧ୍ୟ ସିବିଏସି ଦ୍ୱାରା ଗଣନା କରାଯିବ ନାହିଁ । ଏନେଇ ସିବିଏସଇ ବୋର୍ଡର ପରୀକ୍ଷା ପରିଚାଳକ ଡ. ସୟମ ଭରଦ୍ୱାଜ ସୂଚନା ଦେଇଛନ୍ତି । ସିବିଏସଇ ବୋର୍ଡ ବିଜ୍ଞପ୍ତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏହି ସୂଚନା ମୁତାବକ ଯଦି କୌଣସି ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ୫ରୁ ଅଧିକ ବିଷୟ ନେଇଛନ୍ତି ତେବେ ଶ୍ରେଷ୍ଠ ୫ଟି ବିଷୟ ନିର୍ଦ୍ଧାରଣ କରିବାର ନିଷ୍ପତ୍ତି ସେହି ଅନୁଷ୍ଠାନ କିମ୍ବା ସିବିଏସଇ ବୋର୍ଡର ଛାତ୍ରଙ୍କୁ ନିଯୁକ୍ତି ଦେଉଥିବା ନିଯୁକ୍ତିଦାତା ହିଁ ସ୍ଥିର କରିପାରିବେ । ଏଥିରେ ସିବିଏସଇ ବୋର୍ଡର କୌଣସି ଭୂମିକା ରହିବ ନାହିଁ । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!