Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇ ରେଡ୍, ଦାମୀ ଗାଡ଼ିରୁ ମିଳିଛି ବିପୁଳ ଟଙ୍କା

by ସଞ୍ଜୟ ସ୍ୱାଇଁ
December 8, 2024
in Crime, State
ସିବିଆଇ ରେଡ୍, ଦାମୀ ଗାଡ଼ିରୁ ମିଳିଛି ବିପୁଳ ଟଙ୍କା
256
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ଵରରେ ସିବିଆଇ ରେଡ୍। ମେ’ ଫେୟାର ହୋଟେଲ ସମ୍ମୁଖରେ ଥିବା ଏକ ଦାମୀ କାରରୁ ବିପୁଳ ଟଙ୍କା ଜବତ କରିଛି ସିବିଆଇ। ସୂଚନା ଅନୁଯାୟୀ, ଅଟୋରେ ଆସିଥିଲେ ସିବିଆଇ ଟିମ । ବିଶେଷ ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଆସି ହୋଟେଲ ମେ’ ଫେୟାର ସମ୍ନାରେ ଏକ ମର୍ସିଡିଜ କାର ଭିତରେ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଛି ସିବିଆଇ ଟିମ । ଗାଡିଟିର ନମ୍ବର ଥିଲା OD05 BV 9999 । ଏକ କନଷ୍ଟ୍ରକସନ କମ୍ପାନୀ ନାଁରେ ଗାଡିର ରେଜିଷ୍ଟ୍ରେସନ ରହିଛି । ଗାଡି ସହ ଗାଡି ମାଲିକ ଓ ଅନ୍ୟ ୩ ସହଯୋଗୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଛାପା ମାରୁଛି ସିବିଆଇ ସ୍ବତନ୍ତ୍ର ଟିମ୍ । ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ଏହି ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ରାଜ୍ୟ ବାହାରର ସିବିଆଇ ଟିମ୍ ରେଡ୍ କରିଛି । କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ଡିଲ୍ ବେଳେ ଏହି ଟଙ୍କା ଜବତ ହୋଇଛି । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି । ପ୍ରାୟ ୩ ମାସ ଧରି ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଟ୍ରାକରେ ଥିଲା ସିବିଆଇ । ଜବତ ହୋଇଥିବା ଟଙ୍କା କାହାର ? କେଉଁ କାମର ଟେଣ୍ଡର ନେବା ପାଇଁ ଚାଲିଥିଲା କାରବାର ? ସିବିଆଇ ରେଡ୍ ପରେ ୪ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି। ଟଙ୍କା କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ହୋଟେଲ ଆଗରେ ଗାଡି ମାଲିକଙ୍କୁ ଧରିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ତେଣୁ ବାଧ୍ୟହୋଇ ସିବିଆଇକୁ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପଡିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!