ବରଗଡ଼, (ବାଘୁଆବାର୍ତ୍ତା): ବରଗଡ଼ରେ ସିବିଆଇ ରେଡ୍ । ବରଗଡ଼ ଜିଲ୍ଲା ଅତାବିରା ଥାନା ପରମାନପୁର ଗାଁରେ ସିବିଆଇ ପକ୍ଷରୁ ଚାଲିଛି ଚଢାଉ । ପରମାନପୁର ଗାଁରେ ରହୁଥିବା ଜି ସତ୍ୟନାରାୟଣ ନିଜ ଘରେ ବେଆଇନ୍ ଟଙ୍କା କାରବାରକୁ ନେଇ ସିବିଆଇ ପକ୍ଷରୁ ଚାଲିଛି ତନାଘନା । ଜି. ସତ୍ୟନାରାୟଣ ରାଜ୍ୟ ଯୋଗାଣ ବିଭାଗର ଜଣେ ଠିକାଦାର । ସେ ଦୀର୍ଘ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି ।ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ୍ କାରବାରକୁ ନେଇ ସିବିଆଇ ନିକଟରେ ଗୁଇନ୍ଦା ଖବର ମିଳିଥିଲା । ଯାହାପରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି ।





