Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିବିଆଇର ‘ଅପରେଶନ ମେଘଚକ୍ର’, ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢଉ

by ସଞ୍ଜୟ ସ୍ୱାଇଁ
September 24, 2022
in Crime, NATIONAL NEWS
ସିବିଆଇର ‘ଅପରେଶନ ମେଘଚକ୍ର’, ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢଉ
65
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଶିଶୁ ଯୌନ ନିର୍ୟାତନା ସହ ଜଡିତ ଅପରାଧ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ଦେଶର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଚଢଉ କରିଛି । ସିବିଆଇ ଏହାକୁ ‘ଅପରେଶନ ମେଘଚକ୍ର’ ନାଁ ଦେଇଛି । ଇଣ୍ଟରପୋଲ ସିଙ୍ଗାପୁରରୁ ମିଳିଥିବା ଗୁଇନ୍ଦା ସୂଚନା ଏବଂ ଗତ ବର୍ଷ ଅପରେଶନ କାର୍ବନ ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଚଢଉ କରାଯାଇଛି। ସର୍କୁଲେସନ ଅଫ ଚାଇଲ୍ଡ ସେକ୍ସୁଅଲ ଏକ୍ସପ୍ଲୋଟେସନ ମଟେରିଆଲ (ସିଏସଇଏମ)ର ଦୁଇ ମାମଲାରେ ସିବିଆଇ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ କଥିତ ରୂପେ ସିଏସଇଏମ ସେୟାର କରିବାରେ ଜଡିତ ଲୋକଙ୍କ ବାବଦରେ ପ୍ରାରମ୍ଭିକ ସୂଚନା ନ୍ୟୁଜିଲାଣ୍ଡ ଇଣ୍ଟରପୋଲରୁ ମିଳିଥିଲା। ଏହା ପୂର୍ବରୁ ୨୦୨୧ ମସିହାରେ ସିବିଆଇ ଅପରେଶନ କାର୍ବନ କରିଥିଲା । ସେହି ସମୟରେ ସାରା ଦେଶରେ ୮୩ ଜଣଙ୍କ ବିରୋଧରେ ୭୬ଟି ଠିକଣାରେ ଚଢଉ କରାଯାଇଥିଲା ଏବଂ ଅନେକଙ୍କୁ ଗିରଫ କରାଯାଇଥିଲା। ଅପରେଶନ ମେଘଚକ୍ର ଜରିଆରେ ତଦନ୍ତକାରୀ ଏଜେନ୍ସି ଏସସିଇଏମ ଅନଲାଇନ ସେୟାର କରୁଥିବା ଲୋକଙ୍କ ସନ୍ଧାନ କରୁଛି । ଖବର ଅନୁସାରେ, ଏହି ରାକେଟ ଜଣେ ବ୍ୟକ୍ତି କିମ୍ୱା ସଂଗଠନ ସ୍ତରରେ ପରିଚାଳନା କରାଯାଉଛି । ଏଥିରେ ଶିଶୁମାନଙ୍କ ସହ ଜଡିତ ଯୌନ ସାମଗ୍ରୀ ପ୍ରସାର କରାଯାଇଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!