ନୟାଗଡ଼ (ବାଘୁଆବାର୍ତ୍ତା): ସିବିଆଇ ପଞ୍ଝାରେ ତାଳଚେର ଏମସିଏଲ ମ୍ୟାନେଜର ଏବଂ ସହକାରୀ ରାଜସ୍ୱ ନିରୀକ୍ଷକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ସିବିଆଇ । ସ୍ଥାନୀୟ ଅଧିବାସୀଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ତାଳଚେର ମାଇନିଂ କର୍ପୋରେସନ ଲିମିଟେଡର ମ୍ୟାନେଜର । ଘଟଣାରେ ସ୍ଥାନୀୟ ସହକାରୀ ରାଜସ୍ୱ ନିରୀକ୍ଷକ ମଧ୍ୟ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଉଭୟଙ୍କୁ ସିବିଆଇର ସ୍ୱତନ୍ତ୍ର ଟିମ ଧରିଛନ୍ତି ।





