ପାଟନା,(ବାଘୁଆବାର୍ତ୍ତା): ବିହାରରେ ଶିବହରର ଜିଲ୍ଲାପାଳ ସଜ୍ଜନ ରାଜଶେଖରଙ୍କ ନାମରେ ଅତ୍ୟାଚାର ଓ ଘରୋଇ ହିଂସା କରୁଥିବାର ଅଭିଯୋଗ କରିଛନ୍ତି ପତ୍ନୀ | ଜିଲ୍ଲାପାଳଙ୍କ ପତ୍ନୀ ମୁଜାଫରପୁର ମ୍ୟୁନିସିପାଲିଟି ପୁଲିସ ଷ୍ଟେସନରେ ଯୌତୁକ ନିର୍ଯାତନା ତଥା ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଆଉ ଏହାକୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। କେବଳ ଏତିକି ନୁହେଁ, ତାଙ୍କ ସ୍ୱାମୀ ବିଭିନ୍ନ କୌଶଳ ଅବଲମ୍ବନ କରି ତାଙ୍କୁ ପାଗଳ କରିବାକୁ ଚେଷ୍ଟା କରୁଛନ୍ତି। ମାର୍ଚ୍ଚ ମାସରେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ସହ ତିନି ବର୍ଷର ଝିଅକୁ ତାଙ୍କଠାରୁ ଅଲଗା କରିଦେଇଛନ୍ତି । ଜିଲ୍ଲାପାଳଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ପ୍ରାୟ ତିନିମାସ ପୂର୍ବେ ସେ ଏହି ଘଟଣାକୁ ନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କିନ୍ତୁ ନିଜ ପଦର ଅପବ୍ୟବହାର କରି ତାଙ୍କ ସ୍ୱାମୀ ଏହି ମାମଲାକୁ ଚାପି ଦେଇଥିଲେ । ପୂର୍ବରୁ ଏକ ଛାଡପତ୍ର ମାମଲା କୋର୍ଟରେ ପଞ୍ଜିକୃତ ହୋଇସାରିଛି।






