ନୟାଗଡ଼, (ବାଘୁଆବାର୍ତ୍ତା): କରେଣ୍ଟ ଲାଗି ଜଣେ ଶ୍ରମିକର ମୃତ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ନରସିଂହପୁର ଗାଁରେ । ସୂଚନାନୁୁସାରେ, ଢେଙ୍କାନାଳ ସଦର ଥାନା ସଦାଶିବପୁର ଗ୍ରାମର ସୁବାଷ ତ୍ରିପାଠୀ ଟାଟା ପାୱାର କଂପାନୀରେ ଲାଇନ୍ସ ମ୍ୟାନ୍ ଭାବେ କାର୍ଯ୍ୟ କରନ୍ତି । ଆଜି ନରସିଂହପୁର ଠାରେ ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିଲେ । ଖାମଖିଆଲ ଯୋଗୁଁ ବିଦ୍ୟୁତ୍ ଚାର୍ଜ କରିଦେବାରୁ ସେ ସୁବାଷ ବିଦ୍ୟୁୁତ୍ ସଂସପର୍ଶରେ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସୁବାଷଙ୍କ ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ଶରୀର ଗ୍ରାମବାସୀ ଡାକ୍ତରଖାନାରେ ଶବ ରଖି ହୋ ହାଲ୍ଲା କରିଥିଲେ । ଢେଙ୍କାନାଳ ଟାଉନ ପୁଲିସ ସ୍ଥାନୀକ ଲୋକଙ୍କୁ ବୁଝାସୁଝା କରିବା ପରେ ଉତେଜନା ଥମିଥିଲା । ଉତ୍ତେଜନା ଥମିନଥିଲେ ମଧ୍ୟ ପରିବାର ଲୋକଙ୍କୁ ଥଇଥାନ ଓ ୫୦ଲକ୍ଷ ବଟୂ୍କା ଯତିପୁରଣ ଦାବିରେ ଅଡି ବସିଛନ୍ତି ।






