ନୟାଗଡ (ବାଘୁଆବାର୍ତା ବ୍ୟୁରୋ); ବିଶ୍ୱ ସ୍ତରରେ କରୋନାକୁ ନେଇ ଚାଲିଛି ମହାସମର । ଏହି ରୋଗର ମୁକ୍ତି ପାଇଁ ସାରା ପୃଥିବୀ ଚିନ୍ତିତ । ଭାରତ ସରକାର ଏଥିପାଇଁ ବିଭିନ୍ନ ସଚେତନତା ଜାରି କରିଥିବାବେଳେ ରାଜ୍ୟ ସରକାର ଏଥିପ୍ରତି ଅଧିକ ଗୁରୁତ୍ୱ ଦେଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାର ସଫଳତା ପାଇଁ ସରକାରୀ ସ୍ତର ଓ ବେସରକାରୀ ସ୍ତରରେ ବିଭିନ୍ନ ଆଇନ କାନୁନ୍ ଲାଗୁ କରିଛନ୍ତି । ଗୋଟିଏ ମହାମାରୀ ରୋଗ ପାଇଁ ସମଗ୍ର ବିଶ୍ୱ ଅନେକ ଅଘଟଣରେ ପଡୁଥିବା ବେଳେ ନୟାଗଡ ଜନସାଧାରଣଙ୍କ ଅସାବଧାନତା ସାଧାରଣରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ସ୍ତରରୁ ଏ ରୋଗର ମୁକ୍ତି ପାଇଁ ସରକାର ଚିନ୍ତିତ ଥିବାବେଳେ ଜନସାଧାରଣ ଅଚିନ୍ତିତ ଅବସ୍ଥାରେ ଅଛନ୍ତି । କୌଣସି ନୀତି ନିୟମ କୁ ନମାନି ସାଧାରଣ ଜନତା ଖୁଲମ୍ ଖୋଲା ଅବମାନନା କରୁଛନ୍ତି, ଯାହାର ପରିଣାମ ନୟାଗଡ କେତେବେଳେ ବଦନାମ ହେବ କହିହେବ ନାହିଁ । ସେହି ସମୟରେ ଏଇ ସାଧାରଣ ଜନତା କାହାକୁ ଦୋଷ ଦେବେ ନାହିଁ ତ? ନିଜ ସୁରକ୍ଷିତ ପାଇଁ ଯଦି ନିଜେ ସୁରକ୍ଷା ବଳୟରେ ନରହିବ ସେଥିପାଇଁ ସରକାର କଣ ଦାୟୀ? ସାବଧାନ ସୁରକ୍ଷିତ ପାଇଁ ଅସୁରକ୍ଷିତ ରାସ୍ତା ଦେଖନ୍ତୁ ନାହିଁ । ବିଶ୍ୱ ର ବଡ ବିପତିରେ ସମସ୍ତଙ୍କର ସହଯୋଗ ଦରକାର । ନଚେତ କେଉଁ ସମୟରେ କେଉଁ ବିପତି ଆସିବ କହିହେବ ନାହିଁ । ଏଥିପାଇଁ ପ୍ରସାସନର କଡା ଚାବୁକ ଦରକାର ।






